ରାଜ୍ୟ ରାଜଧାନୀରୁ ଚିହ୍ନଟ ହେଲେ ଆଉ ୩୧ କରୋନା ପଜିଟିଭ, ୨୯ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟ ରାଜଧାନୀ ତଥା ଭୁବନେଶ୍ୱର ଅଞ୍ଚଳରୁ ଆଉ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଆଜି ଚିହ୍ନଟ ହୋଇଥିବା ୩୧ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ସଂଗରୋଧ କେନ୍ଦ୍ରର ଓ ୧୫ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।

ଏଥିସହିତ ଭୁବନେଶ୍ୱରରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩୧ ହଜାର ୧୦୪ରେ ପହଞ୍ଚିଛି। ସେଥିରୁ ୩୦ ହଜାର ୫୨୩ ଜଣ ସୁସ୍ଥ ହୋଇଛନ୍ତି ଓ ୨୨୮ ଜଣ ମୃତ୍ୟୁ ବରଣ କରିଛନ୍ତି। ସେହିପରି ବର୍ତ୍ତମାନ ୩୩୨ ଜଣ ରୋଗୀ ଚିକିତ୍ସାଧୀନ ରହିଛନ୍ତି।