ଭୁବନେଶ୍ବର,ଏନ୍ଏନ୍ଏସ୍: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ୍ର ଶର୍ମା ଓ ଇପିକଲ୍ର ନିର୍ଦ୍ଦେଶକ ଭୁପିନ୍ଦର ସିଂହ ପୁନିଆ ଦୁବାଇ ଅଭିମୁଖେ ବାହାରିଛନ୍ତି। ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଗସ୍ତ ସାରି ଦୁବାଇରେ ପହଞ୍ଚିବେ। ସେଠାରେ ଆୟୋଜିତ ନିବେଶକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶାରୁ ଦୁବାଇ ଗସ୍ତରେ ଯାଇଛନ୍ତି ଏହି ଅଧିକାରୀ ମାନେ। ତେବେ ତାଙ୍କ ଗସ୍ତରେ କୌଣସି ନେତା କିମ୍ବା ମନ୍ତ୍ରୀ ସାମିଲ ନାହାନ୍ତି।