ଆତ୍ମସମର୍ପଣ କଲେ ଛତିଶଗଡ଼ର ୩ ହାର୍ଡକୋର ମାଓବାଦୀ

  • ଭୁବନେଶ୍ୱର: ଓଡ଼ିଶା ପୁଲିସ ନିକଟରେ ଛତିଶଗଡ଼ର ୩ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଆତ୍ମସମର୍ପଣଙ୍କୁ ସ୍ୱୀକାର କରିଛନ୍ତି ପୁଲିସ ଡିଜି। ଏନେଇ ପୁଲିସ ମହାନିର୍ଦ୍ଦେଶକ ଅଭୟ କୁମାର ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆତ୍ମସମର୍ପଣକାରୀ ମାଓବାଦୀମାନେ ହେଲେ ଲକ୍ଷ୍ମଣ (ଏରିଆ କମିଟି ମେମ୍ୱର), ଗଙ୍ଗା ମଡ଼କମ୍ (ଏରିଆ କମିଟି ମେମ୍ୱର) ଓ ସୁକା ସୋଡି (ପାର୍ଟି ମେମ୍ୱର) ।
    ସୂଚନା ଅନୁଯାୟୀ, ଆତ୍ମସମର୍ପଣକାରୀ ମାଓବାଦୀମାନେ ଛତିଶଗଡ଼ ନିବାସୀ ଏବଂ ସେମାନଙ୍କୁ ମହାନଦୀ ଏରିଆ କମିଟି ଦାୟିତ୍ୱ ଦିଆଯାଇଥିଲା। ଉତ୍ତର କନ୍ଧମାଳ ଅଞ୍ଚଳରେ ମାଓବାଦୀ ଗତିବିଧିରେ ସେମାନେ ସମ୍ପୃକ୍ତ ଥିଲେ। ଦୀର୍ଘ ୧୨ ବର୍ଷ ଧରି ସେମାନେ ଓଡ଼ିଶାରେ ବିଭିନ୍ନ ମାଓ ଗତିବିଧିରେ ସମ୍ପୃକ୍ତ ଥିଲେ। ଏମାନଙ୍କ ଆତ୍ମସମର୍ପଣ ପରେ ଅନ୍ୟ ମାଓବାଦୀଙ୍କୁ ମଧ୍ୟ ଆତ୍ମସମର୍ପଣ ନେଇ ଆହ୍ୱାନ ଦେଇଛନ୍ତି ପୁଲିସ ଡିଜି। ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭଲ ଥଇଥାନ ବ୍ୟବସ୍ଥା ରହିଛି। ଏଣୁ ସେମାନେ ଆତ୍ମସମର୍ପଣ କରି ଶାନ୍ତିପୂର୍ଣ୍ଣ ଏବଂ ନୂଆ ଜୀବନ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ଡିଜିପି। ତେବେ ଏମାନେ ଛତିଶଗଡ଼ର ହୋଇଥିବା ସତ୍ତେ୍ୱ ଓଡ଼ିଶା ସରକାରଙ୍କ ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପାଇଁ ଭଲ ଥଇଥାନ ଯୋଜନା ରହିଥିବାରୁ ସେମାନେ ଓଡ଼ିଶାରେ ଆତ୍ମସମର୍ପଣ କରିଥିଲେ।