ସଂହଦ୍ୱାର ପହଞ୍ଚିଲା ୩ ରଥ

ପୁରୀ,ଏନ୍‌ଏନ୍‌ଏସ୍‌: ସିଂହଦ୍ୱାର ସାମ୍ନାରେ ତାଳଧ୍ୱଜ, ଦର୍ପଦଳନ ପରେ ନନ୍ଦିଘୋଷ ରଥ ଲାଗିଛି । ସଂଧ୍ୟା ୬ଟା ୪୩ରେ ସିିଂହଦ୍ୱାର ସମ୍ମୁଖରେ ନନ୍ଦିଘୋଷ ରଥ ଲାଗିଥିଲା ।

ଆସନ୍ତାକାଲି ରଥ ଉପରେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ରଥ ସୁନାବେଶ ଅନୁଷ୍ଠିତ ହେବ । ଅପରାହ୍ନ ୫ଟାରୁ ୬ଟା ୩୦ ମଧ୍ୟରେ ୩ ଠାକୁରଙ୍କ ସୁନାବେଶ କରାଯିବା ନେଇ ସମୟ ନିର୍ଦ୍ଧାରଣ କରାଯାଇଛି ।