Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଓଡ଼ିଶାରେ ସାଢ଼େ ୩ ବର୍ଷରେ ୨୮୨ ହାତୀ ମୃତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଓଡ଼ିଶାରେ ସାଢ଼େ ୩ ବର୍ଷରେ ୨୮୨ ହାତୀ ମୃତ

  • ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ହାତୀ କରିଡର ନିର୍ମାଣ ହୋଇଥିବା ସତ୍ତେ୍ୱ ଖାମଖିଆଲି ନୀତି ଯୋଗୁଁ ରାଜ୍ୟରେ ସାଢ଼େ ୩ବର୍ଷରେ ୨୮୨ଟି ହାତୀ ପ୍ରାଣ ହରାଇଛନ୍ତି। ଏହି ଅବଧି ମଧ୍ୟରେ ୨ଟି ମହାବଳ ବାଘ ଓ ୧୫ଟି ଚିତା ବାଘଙ୍କର ମଧ୍ୟ ମୃତ୍ୟୁ ଘଟିଛି।
    ବିଧାନସଭାରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇ କହିଛନ୍ତି ଯେ, ୨୦୧୮-୧୯ ମସିହାରେ ୯୩ଟି, ୨୦୧୯-୨୦ରେ ୮୨ଟି, ୨୦୨୦-୨୧ରେ ୭୭ଟି ଓ ୨୦୨୧-୨୨ ଆର୍ôଥକ ବର୍ଷର ଅଗଷ୍ଟ ୩୧ତାରିଖ ସୁଦ୍ଧା ୩୦ଟି ହାତୀ ପ୍ରାଣ ହରାଇଛନ୍ତି। ମୋଟ ହାତୀଙ୍କ ମଧ୍ୟରୁ ୭ଟି ଶିକାରୀଙ୍କ ଦ୍ୱାରା ହତ୍ୟା କରାଯାଇଥିବାବେଳେ ୪୩ଟି ହାତୀ ବିଦ୍ୟୁତ୍ ଆଘାତରେ, ୧୩ଟି ଟ୍ରେନ ଦୁର୍ଘଟଣାରେ ଓ ୪ଟି ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୫୯ଟି ହାତୀ ଅନ୍ୟାନ୍ୟ ଦୁର୍ଘଟଣାରେ ଓ ୧୮ଟି ହାତୀଙ୍କର ଆନ୍ଥାକ୍ସରେ ମୃତ୍ୟୁ ଘଟିଛି। ୩୪ଟି ହାତୀଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିବାବେଳେ ୨୧ଟି ହାତୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନି।
    ସେହିପରି ୨୦୧୮-୧୯ରେ ୨ଟି ମହାବଳ ବାଘ ଓ ୪ଟି ଚିତାବାଘ ପ୍ରାଣ ହରାଇଥିବାବେଳେ ୨୦୧୯-୨୦ରେ ୩ଟି ଚିତାବାଘ, ୨୦୨୦-୨୧ରେ ୬ଟି ଚିତାବାଘ ପ୍ରାଣ ହରାଇଛନ୍ତି। ୨୦୨୧-୨୨ ଅଗଷ୍ଟ ମାସ ସୁଦ୍ଧା କୌଣସି ମହାବଳ ବାଘ କିମ୍ବା ଚିତାବାଘ ପ୍ରାଣ ହରାଇନଥିବା ମନ୍ତ୍ରୀ କହିଛନ୍ତି। ତେବେ ଏହି ଚିତାବାଘ ମଧ୍ୟରୁ ୫ଟି ଶିକାରୀଙ୍କ ଦ୍ୱାରା, ଗୋଟିଏ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ୪ଟି ବିଭିନ୍ନ ରୋଗରେ ମୃତ୍ୟୁ ହୋଇଛି। ୨ଟି ଚିତାବାଘର ମୃତ୍ୟୁ ସ୍ୱାଭାବିକ ଥିବାବେଳେ ୩ଟି ଚିତାବାଘ ମୃତ୍ୟୁର କାରଣ ଜଣାପଡ଼ିନି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି।