ଅଫଲାଇନ ମାଟ୍ରିକ ପରୀକ୍ଷା ପାଇଁ ୨୭୮ କେନ୍ଦ୍ର

  • ଭୁବନେଶ୍ୱର: ଅଫ୍ଲାଇନ୍ ମାଟ୍ରିକ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ। ଅନ୍ଲାଇନ୍ରେ ଛାତ୍ରଛାତ୍ରୀମାନେ ଏହି ଆଡମିଟ୍ କାର୍ଡ ପାଇପାରିବେ। ବୋର୍ଡ ୱେବସାଇଟ୍ ବିଏଇଓଡ଼ିଶା.ଏସି.ଇନରୁ ଡାଉନ୍ଲୋଡ୍ କରିହେବ। ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେବେ ୧୫,୧୫୧ଜଣ ଛାତ୍ରଛାତ୍ରୀ। ୬ହଜାର ୫୯୭ଜଣ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ୨୭୮ଟି କେନ୍ଦ୍ର ରହିଛି। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।
    ସୂଚନା ମୁତାବକ, ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ଅଫ୍ଲାଇନ୍ରେ ପରୀକ୍ଷା ଆସନ୍ତା ୩୦ରୁ ଅଗଷ୍ଟ ୫ ଯାଏଁ ହେବ। ଜିଲ୍ଲା ଓ ବ୍ଲକ୍ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବା ସହ କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେବ। ବିନା ମାସ୍କରେ କୌଣସି ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ନାହିଁ। ପରୀକ୍ଷା ସରିବା ପରେ ୧୦ରୁ ୧୫ ଦିନ ଭିତରେ ଖାତା ମୂଲ୍ୟାୟନ କରାଯିବ। ଅଗଷ୍ଟ ୨୨ ତାରିଖ ସୁଦ୍ଧା ଫଳ ବାହାରିବ।