ଆଜି ରାଜ୍ୟରେ ୨,୭୭୫ କରୋନା ରୋଗୀ ସୁସ୍ଥ: ସଂଖ୍ୟା ୨,୩୫,୭୬୩କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୨୭୭୫ ନୂଆ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୫,୭୬୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୦୦, ନୂଆପଡ଼ାରୁ ୧୮୯, କଟକରୁ ୧୮୩, ବରଗଡ଼ରୁ ୧୪୮, କେନ୍ଦ୍ରାପଡ଼ାରୁ ୧୩୬, ଅନୁଗୁଳରୁ ୧୨୩, ଯାଜପୁରରୁ ୧୧୭, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୦୫, ମୟୁରଭଞ୍ଜରୁ ୧୦୦, ବଲାଙ୍ଗିରରୁ ୮୯, କେଉଁଝରରୁ ୭୯, ନବରଙ୍ଗପୁରରୁ ୭୩, ସୁନ୍ଦରଗଡ଼ ଜିଲ୍ଲାରୁ ୭୧ଜଣ ରହିଛନ୍ତି। ସେହିପରି ମାଲକାନଗିରିରୁ ୭୦, ଢେଙ୍କାନାଳରୁ ୬୯, ବାଲେଶ୍ୱରରୁ ୬୭, ଜଗତସିଂହପୁରରୁ ୫୮, କନ୍ଧମାଳରୁ ୪୮, ସୋନପୁରରୁ ୪୭, ରାୟଗଡ଼ାରୁ ୪୬, ପୁରୀରୁ ୪୩, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩୯ ଲେଖାଏଁ, କୋରାପୁଟରୁ ୩୫, ନୟାଗଡ଼ରୁ ୩୦, ଗଞ୍ଜାମରୁ ୨୩, ଦେଓଗଡ଼ରୁ ୨୦, ବୌଦ୍ଧ ଓ ଗଜପତିରୁ ୭ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୯ ହଜାର ୫୪୧ ଜଣ ରହିଥିବାବେଳେ ୨,୩୫,୭୬୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧,୦୭୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୨ ହଜାର ୭୦୬ ଜଣଙ୍କ ଚିକିତ୍ସା ଜାରି ରହିଛି।