ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୬୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୪୨ ଜଣ ରହିଛନ୍ତି। ସେହିପରି କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୧୦୯ ରହିଛି। ଅନ୍ୟପଟେ ରାଜ୍ୟରେ ଆଉ ୨ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ଜଣାପଡ଼ିଛି।
୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରୁ ୧୨, ବରଗଡରୁ ୧, ଭଦ୍ରକରୁ ୫, କଟକରୁ ୨୧, ଦେବଗଡରୁ ୩, ଢେଙ୍କାନାଳରୁ ୫, ଗଞ୍ଜାମରୁ ୨, ଜଗତସିଂହପୁରରୁ ୩, ଯାଜପୁରରୁ ୬, ଝାରସୁଗୁଡାରୁ ୨, କେନ୍ଦ୍ରାପଡାରୁ ୮, ଖୋର୍ଦ୍ଧାରୁ ୧୩୨, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୫, ନୟାଗଡରୁ ୨, ପୁରୀରୁ ୧, ରାୟଗଡାରୁ ୧, ସମ୍ବଲପୁରରୁ ୧୪, ସୁନ୍ଦରଗଡରୁ ୬ ଓ ଷ୍ଟେଟ ପୁଲରୁ ୩୧ ଜଣ ରହିଛନ୍ତି। ସେହିପରି କୋଭିଡରେ ମୃତ୍ୟୁବରଣ କରିଥିବା ୨ ଆକ୍ରାନ୍ତଙ୍କ ମଧ୍ୟରେ ଢ଼େଙ୍କାନାଳ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।
ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୪୭୧ରେ ପହଞ୍ଚିଛି। ସେଥିରୁ ୧୦ ଲକ୍ଷ ୩୪ ହଜାର ୩୦୦ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୨,୭୪୧ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସେହିପରି ରାଜ୍ୟରେ ଏପର୍ୟ୍ୟନ୍ତ ୮୩୭୫ ଜଣଙ୍କର ମୃତ୍ୟୁ ହୋଇସାରିଛି।