ରାଜ୍ୟରେ ୨୫୦ଟି ଆଦର୍ଶ ବିଦ୍ୟାଳୟ ଉଦଘାଟିତ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ୩୧୪ଟି ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ବର୍ତ୍ତମାନ ସୁଧା ୨୫୦ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଉଦଘାଟିତ ହୋଇ କାର୍ଯ୍ୟକ୍ଷମ ହୋଇଛି । ଯେଉଁଠାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା । ଆଜି ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

ମନ୍ତ୍ରୀ କହିଛନ୍ତି, ‘ରାଜ୍ୟରେ ୩୧୪ଟି ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ବର୍ତ୍ତମାନ ସୁଧା ୨୫୦ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଉଦଘାଟିତ ହୋଇ କାର୍ଯ୍ୟକ୍ଷମ ହୋଇଛି । ଓଡିଶା ଆଦର୍ଶ ବିଦ୍ୟାଳୟ ସମ୍ପୃକ୍ତ ଅଞ୍ଚଳର ମନ୍ତ୍ରୀ ଓ ବିଧାୟକ ମାନଙ୍କ ଦ୍ଵାରା ଉଦଘାଟିତ କରାଯାଇଛି । ଏହାଦ୍ଵାରା ରାଜ୍ୟର ଗରିବ ଛାତ୍ରଛାତ୍ରୀମାନେ ନିଜ ନିଜ ଅଞ୍ଚଳରେ ସୁବିଧାରେ ଗୁଣାତ୍ମକ ଶିକ୍ଷା ପାଇପାରିବେ । ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସି ପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି’ ।

ଆଜି ଆନୁଷ୍ଠାନିକ ଭାବରେ ମନ୍ତ୍ରୀ ଓ ବିଧାୟକ ମାନଙ୍କ ଦ୍ଵାରା ଓଡିଶା ଆଦର୍ଶ ବିଦ୍ୟାଲୟ ଉଦଘାଟିତ ହୋଇଛି । ନିମାପଡା ଓ ଗୋପ ବ୍ଲକରେ ମଧ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଅନେକ ପିଲା ନାମ ଲେଖାଇଛନ୍ତି । ପ୍ରଥମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପିଲାଙ୍କୁ କିଭଳି ଭାବରେ ଗୁଣାତ୍ମକ ଶିକ୍ଷା ଯୋଗାଇ ଦିଆଯିବ ସେନେଇ ବିଭାଗ ପ୍ରସ୍ତୁତ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।