ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ପାର ହୋଇଛି। ଏଥିମଧ୍ୟରେ ଆଜି ୩୦ଟି ଜିଲ୍ଲାରୁ ୧,୩୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୧୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଥିବାବେଳେ ୪୫୯ ଜଣ ଲୋକାଲର ବୋଲି ଜଣାପଡ଼ିଛି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗଞ୍ଜାମରୁ ସର୍ବାଧିକ ୪୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୮୭, କେନ୍ଦୁଝରରୁ ୧୦୩, ପୁରୀରୁ ୯୧, କଟକରୁ ୭୫, ଗଜପତିରୁ ୭୪, ରାୟଗଡ଼ାରୁ ୪୫, ସୁନ୍ଦରଗଡ଼ରୁ ୩୩, ନୟାଗଡ଼ରୁ ୩୦, ବାଲେଶ୍ୱରରୁ ୨୯, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨୧, ବଲାଙ୍ଗିରରୁ ୧୯, ସମ୍ବଲପୁରରୁ ୧୭, ମାଲକାନଗିରି ଓ ଢ଼େଙ୍କାନାଳରୁ ୧୫ ଜଣ ଲେଖାଏଁ, କନ୍ଧମାଳରୁ ୧୨, ଜଗତସିଂହପୁର, ଦେବଗଡ଼, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୧୧ ଜଣ ଲେଖାଏଁ, ଭଦ୍ରକରୁ ୧୦, ଯାଜପୁର ଓ ବୌଦ୍ଧରୁ ୮ ଜଣ ଲେଖାଏଁ, କୋରାପୁଟ ଓ ବରଗଡ଼ରୁ ୭ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୬, ସୋନପୁର ଓ ଅନୁଗୁଳରୁ ୫ ଜଣ ଲେଖାଏଁ ଏବଂ ନୂଆପଡ଼ାରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସାଢ଼େ ୪ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ କରାଯାଇଥିବା ବେଳେ ୨୫ ହଜାର ୩୮୯ଟି ପଜିଟିଭ ଚିହ୍ନଟ ହୋଇଛି। ସେଥିରୁ ୧୫ ହଜାର ୯୨୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯ ହଜାର ୨୮୭ ସକ୍ରିୟ ଅଛନ୍ତି।