‘ଧାକଡ’ ଫିଲ୍ମର ଗୋଟିଏ ଦୃଶ୍ୟରେ ୨୫ କୋଟି ଟଙ୍କା ଖର୍ଚ୍ଚ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ଆଜିକାଲି ଟ୍ୱିଟରରେ ନିଜ ମତ ଜାହିର କରିବା ସହ ଫିଲ୍ମ ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି। କଙ୍ଗନା ତାଙ୍କ ଆଗାମୀ ଫିଲ୍ମ ‘ଧାକଡ଼’ ଲାଗି ଖୁବ୍ ପରିଶ୍ରମ କରୁଛନ୍ତି। କଙ୍ଗନାଙ୍କ ଲେଟେଷ୍ଟ ଟ୍ୱିଟରୁ ଜଣାପଡ଼ୁଛି କି, ଫିଲ୍ମ ନିର୍ମାତା ଫିଲ୍ମ ଲାଗି ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରୁଛନ୍ତି। କାରଣ ଗୋଟିଏ ଆକ୍ସନ ଦୃଶ୍ୟ ପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କଙ୍ଗନା କହିଛନ୍ତି।

ସୂଚନାଯୋଗ୍ୟ, ‘ଧାକଡ଼’ ଫିଲ୍ମରେ କଙ୍ଗନା ଜଣେ ସ୍ୱତନ୍ତ୍ର ଏଜେଣ୍ଟ ଅଗ୍ନି ଚରିତ୍ରରେ ନଜର ଆସିବେ। କିଛିଦିନ ପୂର୍ବରୁ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା। ଏଥିରେ କଙ୍ଗନା ଏକ ତଲୱାର ଧରି ବସିଥିବା ଦେଖିବାକୁ ମିଳିଥିଲା। ଫିଲ୍ମର ପୋଷ୍ଟର ଦେଖି ଅନେକ ଦର୍ଶକ ଏହାକୁ ହଲିଉଡ ଫିଲ୍ମ ‘ଟମ୍ବ ରାଇଡର’ ସହ ତୁଳନା କରିଛନ୍ତି।