ରାୟଗଡ଼ା,ଏନ୍ଏନ୍ଏସ୍: ଲୋଭ ହେଲା କାଳ। ଏକା ଥରକେ ୨୪ ଲକ୍ଷ ଟଙ୍କା ଦେଖି ନିଜ ଲୋଭକୁ ଆୟତ କରିପାରି ନଥିଲେ। ଶେଷରେ ଟଙ୍କାକୁ ନିଜର କରିବା ପାଇଁ ଲୁଟର ନାଟକ କରିଥିଲେ ଅଭିଯୁକ୍ତ। ଟଙ୍କା ଲୁଟ ହୋଇଥିବା ନେଇ ନିଜେ ଯାଇ ଥାନାରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ ତୀକ୍ଷଣ ନଜରରୁ ବର୍ତ୍ତି ପାରିନଥିଲେ।
୨୪ ଲକ୍ଷ ଲୁଟ ଘଟଣା ଅଭିଯୋଗକାରୀ ହିଁ ମୁଖ୍ୟ ମାଷ୍ଟର ମାଇଣ୍ଡ ବୋଲି ପର୍ଦ୍ଦାଫାସ କଲେ ରାୟଗଡ଼ା ଏସପି ଡ଼ ଶ୍ରର୍ବଣା ବିବେକ ଏମ। ଗତ ୧୦ ତାରିଖରେ ସହରର ଜନଗହଳିପୂର୍ଣ୍ଣ ଏଫସିଆଇ ଛକ ନିକଟରୁ ୨୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ସମସ୍ତ ଟଙ୍କାକୁ ରାୟଗଡ଼ା ପୁଲିସର ଏକ ସ୍ୱତନ୍ତ୍ର ଟିମ ଉଦ୍ଧାର କରିବାରେ ସଫଳ ହୋଇଛି। ଏହି ଘଟଣାର ଅଭିଯୋଗକାରୀ ହିଁ ମୁଖ୍ୟ ଅଭିଯୁକ୍ତ।
