ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ଥରେ ୩୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି କରୋନା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେନ୍ଟାଇନ ସେଣ୍ଟରରୁ ୧୩୬ ଜଣ ଏବଂ ଲୋକାଲରୁ ୯୮ ଜଣ ସଂକ୍ରମିତ ରହିଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରିପୋର୍ଟ ଜାରି କରିଛି। ଅନ୍ୟପଟେ ରାଜ୍ୟରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଆଜିର ରିପୋର୍ଟ ଅନୁସାରେ ଅନୁଗୋଳରେ ସର୍ବାଧିକ ୩୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ସୁନ୍ଦରଗଡ଼। ସେହିପରି ୬ଟି ଜିଲ୍ଲାରୁ କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି।
ଏହାକୁ ମିଶାଇ ରାଜ୍ୟରେ ୩,୨୮,୭୩୮ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୩,୨୪,୦୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଆକ୍ଟିଭ କେସ ରହିଛି ୨,୭୫୩ ରହିଛି। ଏଥିସହିତ ଆଜିର ୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୬୪ରେ ପହଞ୍ଚିଛି।
ଏହି ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ସୁନ୍ଦରଗଡ ଓ ରାୟଗଡ଼ାର ଜଣେ ଲେଖାଏଁ ରହିଛନ୍ତି। ତେବେ ଦୁଃଖର କଥା ରାୟଗଡାର ଜଣେ ୫ ମାସର ଶିଶୁ କରୋନାରେ ମୃତ୍ୟୁ ହୋଇଛି।