ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗତ କିଛି ଦିନ ହେବ ଦୁଇ ଅଙ୍କରେ ରହୁଛି। ଗତ ୨୪ ଘଣ୍ଟାରେ ଆଉ ୨୩ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୭୩୪କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ, ପୁରୀ ଜିଲ୍ଲାରୁ ୩ ଜଣଙ୍କର ଦେହାନ୍ତ ହୋଇଛି। ସେହିପରି ନୟାଗଡ଼ ଏବଂ କୋରାପୁଟରୁ ଦୁଇ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଭଦ୍ରକ, ବଲାଙ୍ଗିର, କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।