ରାଜ୍ୟରେ ୨,୨୭୫ ନୂଆ କରୋନା ପଜିଟିଭ ଚିହ୍ନଟ: ୧୭ ମୃତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ୨,୨୭୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୧୮ ଜଣ ଓ ସ୍ଥାନୀୟ ସଂକ୍ରମଣ ୯୫୭ ଜଣ ରହିଛନ୍ତି। ଫଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୬ ହଜାର ୯୩୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩୬୪, ସୁନ୍ଦରଗଡ଼ରୁ ୧୫୦, କଟକରୁ ୧୪୪, ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୧୧୧, ମୟୁରଭଞ୍ଜରୁ ୧୧୦ ଓ ଝାରସୁଗୁଡ଼ା ଜିଲ୍ଲାରୁ ୧୦୦ ଜଣ ରହିଛନ୍ତି।

ଅନ୍ୟପଟେ କରୋନା ଯୋଗୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ମୟୁରଭଞ୍ଜରୁ ସର୍ବାଧିକ ୪, ଭୁବନେଶ୍ୱରରୁ ୩, ପୁରୀ ଓ ସୁନ୍ଦରଗଡ଼ରୁ ୨ ଲେଖାଏଁ, ସମ୍ବଲପୁର, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ବଲାଙ୍ଗିର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୦୫୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୮ଲକ୍ଷ ୩୬ ହଜାର ୮୨୫ ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୨ଲକ୍ଷ ୫୬ ହଜାର ୯୩୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୨ଲକ୍ଷ ୩୦ ହଜାର ୧୯୨ଜଣ ସୁସ୍ଥ ହୋଇଛନ୍ତି, ୧୦୫୭ଜଣଙ୍କର ମୃତ୍ୟୁ ଘଟିଛି ଓ ୨୫ ହଜାର ୬୩୫ ଜଣ ଚିକିତ୍ସିତ ହେଉଛନ୍ତି।