୨୦୨୦ର ପରଫରମାନ୍ସ ରିପୋର୍ଟ ଜାରି କଲା ଭିଜିଲାନ୍ସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ବର୍ଷ ଅର୍ଥାତ ୨୦୨୦ର ପରଫରମାନ୍ସ ରିପୋର୍ଟ ଜାରି କରିଛି ଭିଜିଲାନ୍ସ। ଏହି ବର୍ଷରେ ମୋଟ ୧୨୩ କୋଟି ୯୧ ଲକ୍ଷ ଆୟବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଏହି ପରିପ୍ରେକ୍ଷୀରେ ୯୩ ଜଣ ସରକାରୀ ବାବୁଙ୍କ ଠାରୁ ଆୟବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ସେହିପରି ଆଇଏଫଏସ ଅଧିକାରୀଙ୍କଠାରୁ ସର୍ବାଧିକ ୯.୩୫ କୋଟି ଆୟବହିର୍ଭୂତ ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି।

ସେହିପରି ୨୪ ଜଣ ପ୍ରଥମ ଶ୍ରେଣୀ ଓ ୧୯ ଜଣ ଦ୍ୱିତୀୟ ଶ୍ରେଣୀ କର୍ମଚାରୀଙ୍କ ନାମରେ ମାମଲା ରୁଜୁ ହୋଇଛି। ମୋଟ ୩୮୧ ଜଣଙ୍କ ବିରୋଧରେ ଧାରା-୨୪୫ ଅପରାଧିକ ମାମଲା ରୁଜୁ ହୋଇଛି। ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ୧୧୩ ଜଣ ସରକାରୀ କର୍ମଚାରୀ। ୧୮୭ ଜଣ ଗିରଫ ହୋଇଛନ୍ତି ଓ ୧୫ ଜଣ ଚାକିରିରୁ ବହିଷ୍କୃତ ହୋଇଛନ୍ତି।
ଅନ୍ୟପଟେ କୋର୍ଟରେ ୧୬ଟି ମାମଲାରେ ୧୭ ଜଣଙ୍କୁ ଦଣ୍ଡିତ କରାଯାଇଥିବା ଭିଜିଲାନ୍ସ ସୂଚନା ଦେଇଛି।