୨୦୧୫ ଓ ୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ୨୦୧୫ ବର୍ଷର ‘ଗୋଟିଏ ଯୋଡି ଗାଆଁର କାହାଣୀ’ ଉପନ୍ୟାସ ପାଇଁ ନିତ୍ୟାନନ୍ଦ ପଣ୍ଡା, କ୍ଷୁଦ୍ରଗଳ୍ପ ‘ଗପର ମୁହଁ’ ଲାଗି ପବିତ୍ର ପାଣିଗ୍ରାହୀ, କାବ୍ୟ କବିତା ‘ଗୋଧୁଳି ଗୀତ’ ଲାଗି ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକା ପାଇଁ ଯୁଗ୍ମଭାବେ ସଞ୍ଚୟ ହାତୀ ଓ ନବୀନ ପରିଡ଼ା, ପ୍ରବନ୍ଧ ଓ ସମାଲୋଚନା ପାଇଁ ପଞ୍ଚାନନ ମିଶ୍ର, ଜୀବନ ଓ ଭ୍ରମଣ ସାହିତ୍ୟ ‘ଲୌହମାନବ’ ପାଇଁ ଧରଣୀଧର ପାଣିଗ୍ରାହୀ, ‘ତଥାପି କିଛି ରହିଯିବ’ ଅନୁବାଦ ପାଇଁ ବିଜୟ କୁମାର ମହାନ୍ତି, ‘ଗଛଟିଏ ଗୀତଟିଏ’ ଲାଗି ରବୀନ୍ଦ୍ର ବିଶ୍ୱାଳ, ‘ପ୍ରତି ପଲକରେ ତୁମେ’ ଗୀତିକବିତା ପାଇଁ ମନୋଜ ମହାନ୍ତିଙ୍କୁ ଚୟନ କରାଯାଇଛି।

ସେହିପରି ୨୦୧୬ ବର୍ଷର ଉପନ୍ୟାସ ‘ଅମ୍ବାପାଣି’ ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, କ୍ଷୁଦ୍ରଗଳ୍ପ ‘ରମାଙ୍କୁ ମାରିବା ପାଇଁ ୫ଟି ଉପାୟ’ ଲାଗି ଦେବଦେଶ ଛୋଟରାୟ, ‘ଫେରନ୍ତି ଘର’ କାବ୍ୟ କବିତା ପାଇଁ ଭଗବାନ ଜୟସିଂ, ନାଟକ ଓ ଏକାଙ୍କିକା ‘ଆତ୍ମଲିପି’ ପାଇଁ ଫକୀର ସିଂହ, ପ୍ରବନ୍ଧ ଓ ସମାଲୋଚନାରେ ଆଲୋଚନା ପ୍ରସଙ୍ଗ ପାଇଁ ପ୍ରସନ୍ନ କୁମାର ସ୍ୱାଇଁ, ଜୀବନୀ ଓ ଭ୍ରମଣ ସାହିତ୍ୟ ‘ପ୍ରଫେସର ନବୀନ କୁମାର ସାହୁ’ ପାଇଁ ସୁରେନ୍ଦ୍ର କୁମାର ମହାରଣା, ‘ଚାଲିଛି ଚାଲିବି ପଡ଼ିବିନି ଥକି’ ପାଇଁ ପ୍ରଦୋଷ ପଟ୍ଟନାୟକ, ଅନୁବାଦ ‘ମେଘ ବାହାନ’ ପାଇଁ ସାରଦା ରଥ, ଶିଶୁ ସାହିତ୍ୟ ‘ଚୁଇଁ ଚଢ଼େଇ’ ପାଇଁ ଦେବେନ୍ଦ୍ର ଚୌଧୁରୀ, ଗୀତି କବିତା ‘ମିଶ୍ରରାଗ’ ପାଇଁ ମିଶ୍ର ସତ୍ୟନାରାୟଣଙ୍କୁ ଚୟନ କରାଯାଇଛି।