Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦାଦା ବଟି ମାଗିବା ଘଟଣାରେ ୨ ଗିରଫ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦାଦା ବଟି ମାଗିବା ଘଟଣାରେ ୨ ଗିରଫ

ଭୁବନେଶ୍ବର,ଏନ୍ଏନ୍ଏସ୍: ଦାଦା ବଟି ମାଗିବା ନେଇ ଗତ କାଲି ଭରତପୁର ଥାନାରେ ଏକ ମାମଲା ରୁଜୁ କରଯାଇଥିଲା। ରବୀନ୍ଦ୍ର ଖମାରିଙ୍କ ଅଭିଯୋଗକ୍ରମେ ଏହି ମାମଲା ରୁଜୁ କରାଯିବା ସହ ଏହାର ତଦନ୍ତ କରି ଭରତପୁର ଥାନା ପୁଲିସ ନିମ୍ନୋକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏଥିସହିତ ଉକ୍ତ ମାମଲାର ଅଧିକ ତଦନ୍ତ ଜାରି ରହିଛି। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ବୟ ହେଲେ ନୟାପଲ୍ଲୀ ଅଞ୍ଚଳର ରାଣା ପ୍ରତାପ ମହାପାତ୍ର(୩୬) ଓ ଭରତପୁର ଅଞ୍ଚର ଦେବତୋଷ ନାୟକ(୨୭) ବୋଲି ସୂଚନା ଦିଆଯାଇଛି। ସେମାନଙ୍କ ନିକଟରୁ ଏକ ମାରୁତି ସୁଜୁକି କାର୍‌, ଏକ କ୍ୟାମେରା, ଏକ ବୁମ୍ ଓ ଏକ ମୋବାଇଲ ଫୋନ୍‌ ଜବତ ହୋଇଛି।

ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଭରତପୁର ଥାନା ଅନ୍ତର୍ଗତ ଜେ ଜେ ମ୍ୟାନସନରେ ଗେସ୍ଟ ହାଉସ ବ୍ୟବସାୟ କରନ୍ତି। ଗତ ୧୪ ତାରିଖରେ କିଛି ଅଜଣା ବ୍ୟକ୍ତି ଅଭିଯୋଗକାରୀଙ୍କ ନିକଟକୁ ଆସି ଟଙ୍କା ମାଗିଥିଲେ କିନ୍ତୁ ସେ ଟଙ୍କା ଦେବାକୁ ମନା କରିଦେଇଥିଲେ। ପୁନର୍ବାର ଗତ ୧୫ ତାରିଖରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ସେମାନଙ୍କର ସହଯୋଗୀଙ୍କ ସହିତ ଅଭିଯୋଗକାରୀଙ୍କ ଗେସ୍ଟ ହାଉସକୁ ଆସି ଧମକ ଦେବା ସହିତ ତାଙ୍କ ଗେସ୍ଟ ହାଉସର ଳାଇସେନସ୍ ଦେଖାଇବା ପାଇଁ କହିଥିଲେ, କିନ୍ତୁ ଅଭିଯୋଗକାରୀ ଦେବାକୁ ମନା କରିଦେବାରୁ ସେମାନେ ଫୋକସ ପ୍ଲସ୍ ଓଡିଆ ନ୍ୟୁଜର ପରିଚୟ ଦେଇ ୨ ଲକ୍ଷ ଟଙ୍କା ମାଗିଥିଲେ। ପୁନର୍ବାର ଅଭିଯୁକ୍ତ ମାନେ କ୍ୟାମେରା ଓ ବୁମରେ ଭିଡିଓ କରିବା ସହିତ ଉକ୍ତ ଭିଡିଓକୁ ଭାଇରାଲ କରିବାର ଧମକ ମଧ୍ୟ ଦେଇଥିଲେ। ଅଭିଯୁକ୍ତମାନେ ଏହି ଭିଡିଓ କରିବା ପୂର୍ବରୁ ଅଭିଯୋଗକାରୀଙ୍କୁ ଭରତପୁର ଥାନାରେ ମାସିକିଆ ୧୫ ଶହ ଟଙ୍କା ଦେଉଥିବାର ମିଛ କହିବା ପାଇଁ ବାଧ୍ୟ କରାଇଥିଲେ। କିନ୍ତୁ ଅଭିଯୋଗକାରୀ ଏହି ମିଛ କହିବା ପାଇଁ ମନା କରିଦେଇଥିଲେ। ପାଟିତୁଣ୍ଡ ଶୁଣିବା ପରେ ଅଭିଯୋଗକାରୀଙ୍କ ସ୍ତ୍ରୀ ବାହାରକୁ ଆସିଥିଲେ ଏବଂ ଭୟରେ ନିଜର ସୁନା ଗହଣା ୨୦ ହଜାର ଟଙ୍କା ନଗଦ ଅଭିଯୁକ୍ତ ମାନଙ୍କୁ ଦେଇଥିଲେ। ଅଭିଯୁକ୍ତମାନେ ଏତିକିରେ ସନ୍ତୁଷ୍ଟ ହୋଇନଥିଲେ ଏବଂ ପୁନର୍ବାର ୭୦ ହଜାର ଟଙ୍କା ୨ ଘଣ୍ଟା ମଧ୍ୟରେ ନଦେଲେ ଭିଡିଓ ଭାଇରାଲ କରିବା ଧମକ ଦେବା ସହିତ ଯଦି ସେ ଏନେଇ ଥାନାରେ ଜଣାଇବେ ତେବେ ତାଙ୍କୁ ଜୀବନରୁ ମାରିଦେବା ଏବଂ ତାଙ୍କର ବ୍ୟବସାୟକୁ କ୍ଷତି କରାଇଦେବାର ଧମକ ଦେଇଥିଲେ।

ପୁନର୍ବାର ଅଭିଯୁକ୍ତମାନେ ୨ ଘଣ୍ଟା ପରେ ଫୋନ ମାଧ୍ୟମରେ ଯୋଗାଯୋଗ କରି ୭୦ ହଜାର ଟଙ୍କା ମାଗିଥିଲେ। କିନ୍ତୁ ଅଭିଯୋଗକାରୀ ୨୦ ହଜାର ଟଙ୍କା ଦେଇପାରିବେ ବୋଲି କହିବାରୁ ଅଭିଯୁକ୍ତମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଶେଷରେ ଅଭିଯୋଗକାରୀ କୌଣସି ବିକଳ୍ପ ନପାଇ ଏନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ। ଭରତପୁର ଥାନା ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ ଏବଂ ସେମାନଙ୍କ ହେପଜତରୁ ଗୋଟିଏ କାର, ଗୋଟିଏ କ୍ୟାମେରା, ଗୋଟିଏ ବୁମ ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ।

ତଦନ୍ତ ସମୟରେ ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ଵୀକାର କରିଥିବାରୁ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରଯାଇଛି। ସୂଚନା ଥାଉକି, ଚଳିତ ବର୍ଷରେ ଏଯାବତ ସମୁଦାୟ ୧୭୦ଟି ମାମଲାରେ ମୋଟ ୧୮୪ଜଣ ଦ।ଦ।ବଟି ମାଗି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।

ଭୁବନେଶ୍ୱର ପୁଲିସ ତରଫରୁ ଗଣମାଧ୍ୟମ ଜରିଆରେ ସମସ୍ତ ଭୁବନେଶ୍ୱର ବାସୀଙ୍କୁ ଅନୁରୋଧ କରାଯାଉଛି ଯେ, ଯଦି କୌଣସି ଅସ।ମାଜିକ ତତ୍ତ୍ଵ ଦାଦା ବଟି ମାଗିବାର ସୂଚନା ଅଛି, ଅ।ମର ସ୍ଟ୍ରୀଟ୍ କ୍ରାଇମ ହେଲ୍ପଲାଇନ ନମ୍ବର- ୭୦୭୭୭୯୮୧୧୧ ରେ ତୁରନ୍ତ ସୂଚନା ଦିଅନ୍ତୁ । ଆପଣଙ୍କର ପରିଚୟ ସମ୍ପର୍ଣ୍ଣ ଗୋପନ ରଖାଯିବ ଓ ଉକ୍ତ ଅସମାଜିକ ତତ୍ତ୍ଵ ବିରୋଧରେ ତୁରନ୍ତ ଦୃଢ କାର୍ଯ।ନୁଷ୍ଠାନ ନିଆଯିବ ।