ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୨ ଲକ୍ଷ ପାର, ଆଜି ୪୧୦୮ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି କରୋନା ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ପାର ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ୪୧୦୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୨ ହଜାର ୩୦୨ରେ ପହଞ୍ଚିଛି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧାରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୪୯୨, ଯାଜପୁରରୁ ୨୧୨, ଅନୁଗୁଳରୁ ୧୮୬, ଝାରସୁଗୁଡ଼ାରୁ ୧୫୪, ଜଗତସିଂହପୁରରୁ ୧୪୩, ସମ୍ବଲପୁରରୁ ୧୨୮, ନୂଆପଡ଼ାରୁ ୧୧୮, କଳାହାଣ୍ଡିରୁ ୧୧୭, କେନ୍ଦୁଝରରୁ ୧୧୭, ବାଲେଶ୍ୱରରୁ ୧୧୬, ସୁନ୍ଦରଗଡ଼ରୁ ୧୧୬, ବରଗଡ଼ରୁ ୧୧୪, କେନ୍ଦ୍ରାପଡ଼ାରୁ ୧୦୭, ନବରଙ୍ଗପୁରରୁ ୮୯, ବଲାଙ୍ଗିରରୁ ୮୦, ଢ଼େଙ୍କାନାଳରୁ ୭୫, କୋରାପୁଟରୁ ୭୩, ସୋନପୁରରୁ ୭୩, କନ୍ଧମାଳରୁ ୭୧, ଗଞ୍ଜାମରୁ ୬୭, ରାୟଗଡ଼ାରୁ ୬୪, ପୁରୀରୁ ୫୫, ନୟାଗଡ଼ରୁ ୫୦, ବୌଦ୍ଧରୁ ୪୪, ଗଜପତିରୁ ୪୦, ମାଲକାନଗିରିରୁ ୩୪, ଭଦ୍ରକରୁ ୧୬ ଓ ଦେବଗଡ଼ରୁ ୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୨୮୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।