ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଘୁଞ୍ଚିଲା

କଟକ,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଘୁଞ୍ଚିବ । ବ୍ରଜରାଜନଗର ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । କଳା ବିଭାଗର ଗଣିତ ଓ ଗୃହ ବିଜ୍ଞାନ ଏବଂ ବିଜ୍ଞାନ ବିଭାଗର ଗଣିତ ପରୀକ୍ଷା ଘୁଞ୍ଚିଥିବା ଜଣାପଡ଼ିଛି । ଫଳରେ ମେ’ ୩୧ରେ ହେବାକୁ ଥିବା ପରୀକ୍ଷା ଜୁନ୍ ୪ ତାରିଖରେ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।