ପାଟଣାଗଡ଼,ଏନ୍ଏନ୍ଏସ୍ : ଖପ୍ରାଖୋଲ ବ୍ଲକ ଭୁର୍ସିପାଲି ଗାଁରେ ବିଦ୍ୟୁତ ତାର ଲାଗି ସ୍ୱାମୀ ସ୍ତ୍ରୀ ମୃତ ହୋଇଥିବା ଜଣାପଡିଛି। ଗାଁର ଅମର ବାଗ ତାଙ୍କଘରକୁ ଲୁହା କବାଟ ଦେଇ ବିଦୂତ ତାର ଆଣିଥିବାରୁ ବିଦ୍ୟୁତ ତାର କଟି ଯାଇଥିଲା ଯା ଫଳରେ ଅମର ଉକ୍ତ ଲୁହା କବାଟକୁ ଧରି ଦେବାଯୋଗୁଁ କବାଟରେ ସଟ ଲାଗିବାରୁ ପ୍ରଥମେ ଅମରର ମୃତ୍ୟ ହୋଇଥିଲା ପରେ ତାଙ୍କ ସ୍ତ୍ରୀ ସପୁର ବାଗ ଆସି କବାଟରେ ଉଧେଇ ହୋଇ ସ୍ୱାମୀକୁ ଧରିବା ପାଇଁ କରୁଥିବା ବେଳେ ସେ ମଧ୍ୟ କରେଣ୍ଟ ରେ ଲାଗି ମୃତ୍ୟ ହୋଇଥିବା ଜଣାପଡିଛି ଖବର ଟି ଗାଁରେ ଜଣାପଡିବା ପରେ ଅଞ୍ଚଳରେ ଦୁଃଖର ବିଷୟ ହୋଇଛି। ଖବର ପାଇ ଖପ୍ରାଖୋଲ ପୋଲିସ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛନ୍ତି ଘଟଣାଟି ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି।