ବାଲେଶ୍ୱରରୁ ୨ କୋଟିର ବ୍ରାଉନସୁଗାର ଜବତ : ଜଣେ ଗିରଫ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ବସ୍ତା ଅଞ୍ଚଳରୁ ୨କେଜି ୧୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏଥିରେ ସମ୍ପୃକ୍ତ ଥିବା ଜଣକୁ କ୍ରାଇବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨ କୋଟି ହେବ ବୋଲି ସୂଚନା ମିଳିଛି। ଉକ୍ତ ମାମଲାରେ ତଦନ୍ତ ପ୍ର୍ରକ୍ରିୟା ପ୍ରାରମ୍ଭିକ ସ୍ତରରେ ରହିଥିବା ନେଇ ପୁଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି।