ବେଆଇନ ମଦ ବିକ୍ରି ମାମଲାରେ ୨ ଅଭିଯୁକ୍ତ ଗିରଫ୍‌, ୧୪ ଲିଟର ମଦ ଜବତ

ଭୁବନେଶ୍ବର,ଏନ୍ଏନ୍ଏସ୍: ବେଆଇନ ମଦ ବିକ୍ରି ମାମଲାରେ ଲକ୍ଷ୍ମୀସାଗର ଥାନା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି । ଗିରଫ ଅଭଯୁକ୍ତମାନେ ହେଲେ ପୁରୁଣା ବଜାର ଅଞ୍ଚଳର ଗଣେଶ ପ୍ରଧାନ(୧୯) ଓ ଅଜୟ ଦାସ(୨୦) ବୋଲି ଜଣାପଡ଼ିଛି।

ସୂଚନା ଯୋଗ୍ୟ ଯେ, ଆଜି ଲକ୍ଷ୍ମୀସାଗର ଥାନା ପୁଲିସର ଏକ ସ୍ପେଶାଲ ଟିମ୍ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ନିଜ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ, ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଷ୍ଟେସନ୍ ବଜାର ଅନ୍ତର୍ଗତ ପ୍ରଧାନ ସାହିରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ସୂଚନା ପାଇଥିଲେ । ସୂଚନା ପାଇବା ପରେ ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ଚଢଉ କରି ୨ଜଣ ଅଭିଯୁକ୍ତଙ୍କୁ ବିଦେଶୀ ମଦ ବିକ୍ରି କରୁଥିବା ସମୟରେ କାବୁ କରିଛି। ସେମାନଙ୍କ ନିକଟରୁ ମୋଟ୍‌ ୧୪ ଲିଟର ବିଦେଶୀ ମଦ ଜବତ ହୋଇଥିଲା । ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତ ଏହି ବେଆଇନ ବିଦେଶୀ ମଦ ବିକ୍ରି ନେଇ କୌଣସି ବୈଧ ଅନୁମତି ପତ୍ର ନଥିବା ସ୍ଵିକାର କରିଥିଲେ । ତଦନ୍ତ ପରେ ଉଭୟ ଅଭିଯୁକ୍ତଙ୍କୁ ଲକ୍ଷ୍ମୀସାଗର ଥାନା ତରଫରୁ କୋର୍ଟ ଚାଲାଣ କରଯାଇଛି ।