ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତା ଜୁଲାଇ ୨୦ରେ ଯୁକ୍ତ ୨ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ସାମସ୍ ପୋର୍ଟାଲ ଜରିଆରେ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ । କିନ୍ତୁ ସିବିଏସଇ ଓ ଆଇସିଏସଇ ରେଜଲ୍ଟ ବାହାରି ନଥିବାରୁ ଅବଧି ବଢ଼ିପାରେ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।