ରାଜଧାନୀର କରୋନା ରିପୋର୍ଟ: ୧୮୯ ସଂକ୍ରମିତ, ୨୬୭ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି କରୋନା ଆକ୍ରାନ୍ତଙ୍କ ଠାରୁ ୧୪୧ ପ୍ରତିଶତ ସୁସ୍ଥ ହୋଇଛନ୍ତି। ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ୧୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୬୭ ଜଣ ଆରୋଗ୍ୟ ହୋଇଛନ୍ତି। ଏହି ନୂତନ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୪୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ରହିଥିବା ବେଳେ ୧୪୨ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି।

କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖଣ୍ଡଗିରିରୁ ୪ ଜଣ ଏବଂ ଚକିସିଆଣି, ଆଇଆରସି ଭିଲେଜ, ନୟାପଲ୍ଲୀ ଏବଂ ପଟିଆରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି।

ଅନ୍ୟପଟେ ସ୍ଥାନୀୟ ସଂକ୍ରମଣ ମଧ୍ୟରେ ଆଇଆରସି ଭିଲେଜରୁ ୧୧ ଜଣ, ବମିଖାଲ ଓ ଖଣ୍ଡଗିରିରୁ ୯ ଜଣ ଲେଖାଏଁ ଏବଂ ନୟାପଲ୍ଲୀ ଓ ପୁରୁଣା ବଜାର ଅଞ୍ଚଳରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଭୁବନେଶ୍ୱରରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮,୨୯୯ରେ ପହଞ୍ଚିଛି। ସେଥିରୁ ୨୫,୬୧୯ ଜଣ ସୁସ୍ଥ ହୋଇଥିବା ବେଳେ ୧୪୮ ଜଣଙ୍କ ପ୍ରାଣହାନି ହୋଇଛି। ସେହିପରି ୨,୫୧୧ ଜଣ ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି।