ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୧୫ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ପାଇଁ ଖୁସି ଖବର। ଗତ କିଛିଦିନ ହେବ ରାଜ୍ୟରେ କରୋନା ସଂକ୍ରମଣର ହାରଠାରୁ ସୁସ୍ଥ ହାର ଅଧିକ ରହୁଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟରେ ଆଉ ୧୮୧୫ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ସୁସ୍ଥ ସଂଖ୍ୟା ୨ ଲକ୍ଷ ୭୭ ହଜାର ୫୬୪ରେ ପହଞ୍ଚିଛି, ଯାହାକି ମୋଟ ସଂକ୍ରମଣର ୯୫.୧୧ ପ୍ରତିଶତ ବୋଲି ଜଣାପଡ଼ିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୨୨୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୫୨, ଅନୁଗୁଳରୁ ୧୪୮, ସୁନ୍ଦରଗଡ଼ରୁ ୯୭, ପୁରୀରୁ ୯୬, ମୟୂରଭଞ୍ଜରୁ ୮୩, ବଲାଙ୍ଗିରରୁ ୭୬, ଯାଜପୁରରୁ ୭୬, କେନ୍ଦୁଝରରୁ ୬୮, ଭଦ୍ରକରୁ ୬୭, କେନ୍ଦ୍ରାପଡ଼ାରୁ ୬୨, ବରଗଡ଼ରୁ ୬୧, ଜଗତସିଂହପୁରରୁ ୬୦, ନୂଆପଡ଼ାରୁ ୫୮, କୋରାପୁଟରୁ ୪୯, କଳାହାଣ୍ଡିରୁ ୪୫, ବାଲେଶ୍ୱରରୁ ୪୨, ନବରଙ୍ଗପୁରରୁ ୩୯, ସମ୍ବଲପୁରରୁ ୩୯, ଝାରସୁଗୁଡ଼ାରୁ ୩୫, ମାଲକାନଗିରିରୁ ୩୪, ନୟାଗଡ଼ରୁ ୩୦, ବୌଦ୍ଧରୁ ୨୩, ଗଞ୍ଜାମରୁ ୨୩, ଢ଼େଙ୍କାନାଳରୁ ୨୧, କନ୍ଧମାଳରୁ ୧୮, ଗଜପତିରୁ ୧୫, ସୋନପୁରରୁ ୧୫, ରାୟଗଡ଼ାରୁ ୧୨ ଏବଂ ଦେବଗଡ଼ରୁ ୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ଚିହ୍ନଟ ୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ବର୍ତ୍ତମାନ ୧୨ ହଜାର ୮୭୭ ଜଣ ଚିକିତ୍ସାଧୀନ ଥିବାବେଳେ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୯୧ ହଜାର ୮୨୫କୁ ବୃଦ୍ଧି ପାଇଛି। ସେଥିରୁ ୧୩୩୧ ଜଣଙ୍କ ମୃତ୍ୟୁ ହୋଇସାରିଛି।