ରାଜ୍ୟରେ କରୋନାରେ ପ୍ରାଣ ହରାଇଲେ ଆଉ ୧୭ ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଏହାର ବିପରୀତ ସ୍ଥିତି ଦେଖାଯାଉଛି। ସବୁ ଜିଲ୍ଲା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବାବେଳେ ଉକ୍ତ ଜିଲ୍ଲାରେ ସଂକ୍ରମଣ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି କରୋନାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ୪ ଜଣ ସୁନ୍ଦରଗଡ଼ ଜିଲ୍ଲାର ଆକ୍ରାନ୍ତ ରହିଛନ୍ତି।

ସେହିପରି ସମ୍ବଲପୁରରୁ ୩ ଜଣ, ଖୋର୍ଦ୍ଧାରୁ ୨ ଜଣ ଏବଂ ଭଦ୍ରକ, କଟକ, ଗଜପତି, ଗଞ୍ଜାମ, କେନ୍ଦ୍ରାପଡ଼ା, ନୟାଗଡ଼, ରାୟଗଡ଼ା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁଙ୍କ କରୋନାରେ ମୃତ୍ୟୁ ହୋଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୫୯୨ରେ ପହଞ୍ଚିଛି।