ରାଜ୍ୟରେ ଆଉ ୧୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ସୁଧାର ଆସୁନାହିଁ। ଏପରିକି ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଭୟାନକ ହେଉଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୬ ଶହ ପାର ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ଆକ୍ରାନ୍ତ ରହିଛନ୍ତି।

ସେହିପରି କଟକରୁ ୩ ଜଣ, ସମ୍ବଲପୁର ଓ ଗଞ୍ଜାମରୁ ୨ ଜଣ ଲେଖାଏଁ ଏବଂ ବରଗଡ଼, ଜଗତସିଂହପୁର, ଝାରସୁଗୁଡ଼ା, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୬୦୮ରେ ପହଞ୍ଚିଛି।