Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭୁବନେଶ୍ୱରରୁ ଆଜି ୧୬ ଆକ୍ରାନ୍ତ, ୧୧ ସୁସ୍ଥ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭୁବନେଶ୍ୱରରୁ ଆଜି ୧୬ ଆକ୍ରାନ୍ତ, ୧୧ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ୧୬ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୧ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ହୋମ୍ କ୍ୱାରେଣ୍ଟାଇନ ଓ ୧୪ଜଣ ସ୍ଥାନୀୟ ରହିଛନ୍ତି। ହୋମ୍ କ୍ୱାରେଣ୍ଟାଇନ ମଧ୍ୟରୁ ଯଦୁପୁର ଅଂଚଳର ଜଣେ କୋଲକାତା ଫେରନ୍ତା ୩୪ ବର୍ଷୀୟ ପୁରୁଷ ରହିଛନ୍ତି। ଅନ୍ୟଜଣେ ୟୁନିଟ-୮ ଡେଲଟା କଲୋନୀର ବିଜୟୱାଡା ଫେରନ୍ତା ୨୧ ବର୍ଷୀୟା ଯୁବତୀ ରହିଛନ୍ତି।

ସେହିପରି ୧୪ ଜଣ ସ୍ଥାନୀୟଙ୍କ ମଧ୍ୟରୁ ସୁଦରପଦାରୁ ଜଣେ ମହିଳା, ଅଲଡ ଟାଉନରୁ ଜଣେ ପୁରୁଷ, ଝାରପଡ଼ାର ଜଣେ ପୁରୁଷ ଓ ବରମୁଣ୍ଡା ବିଡିଏ କଲୋନୀର ୨ଜଣ ପୁରୁଷ ରହିଛନ୍ତି। ଅନ୍ୟପଟେ ଏକ ଘରୋଇ ହସ୍ପିଟାଲର ୯ଜଣ କର୍ମଚାରୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୩ଜଣ ପୁରୁଷ ଓ ୬ଜଣ ମହିଳା କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ସୁସ୍ଥ ହୋଇଥିôବା ୧୧ଜଣଙ୍କ ମଧ୍ୟରୁ ଚିନ୍ତାମଣିଶ୍ୱର ଛକରୁ ଜଣେ ପୁରୁଷ, ପଟିଆରୁ ଜଣେ ପୁରୁଷ, ପଟିଆସ୍ଥିତ ଶ୍ରୀବିହାର ଅଂଚଳରୁ ଜଣେ ମହିଳା, ୩ଜଣ ରେଳ କର୍ମଚାରୀ, ସାଲିଆ ସାହିର ଜଣେ ମହିଳା, ଚନ୍ଦ୍ରଶେଖରପୁରର ଜଣେ ମହିଳା, ଭିମରପୁରର ଜଣେ ପୁରୁଷ, ୟୁନିଟ-୬ରୁ ଜଣେ ମହିଳା ଓ ଯଦୁପୁରରୁ ଜଣେ ପୁରୁଷ ରହିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୪ରେ ପହଂଚିଥିବାବେଳେ ୧୩୮ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩ଜଣଙ୍କର ମୃତ୍ୟୁ ଘଟିଛି ଓ ୧୩୨ଜଣ ଚିକିତ୍ସାଧୀନ ଅଛନ୍ତି।