କରୋନାରୁ ରାଜ୍ୟରେ ସୁସ୍ଥ ହେଲେ ୧୪୬୨ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ କରୋନା ସଂକ୍ରମଣ ଠାରୁ ୧୨୧.୭୩ ପ୍ରତିଶତ ଅଧିକ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ପୁଣି ଆଜି ୧୪୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏହି ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ପୁଣି ସର୍ବାଧିକ ୧୭୩ ଜଣ ରହିଥିବାବେଳେ କଟକରୁ ୧୨୮, କେନ୍ଦ୍ରାପଡ଼ାରୁ ୧୦୪ ଜଣ ଅଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୭୭, ଅନୁଗୁଳରୁ ୭୨, ବଲାଙ୍ଗିରରୁ ୬୫, ପୁରୀରୁ ୫୬, ବାଲେଶ୍ୱରରୁ ୫୪, ଝାରସୁଗୁଡ଼ାରୁ ୫୪, ବରଗଡ଼ରୁ ୫୩, ଜଗତସିଂହପୁରରୁ ୫୩, ନବରଙ୍ଗପୁରରୁ ୪୭, ଯାଜପୁରରୁ ୪୨, ମୟୂରଭଞ୍ଜରୁ ୪୨, କେନ୍ଦୁଝରରୁ ୪୧, ଗଞ୍ଜାମରୁ ୩୯, ନୂଆପଡ଼ାରୁ ୩୬, କଳାହାଣ୍ଡିରୁ ୩୪, ବୌଦ୍ଧରୁ ୩୨, ସମ୍ବଲପୁରରୁ ୩୨, ମାଲକାନଗିରିରୁ ୨୭, ଭଦ୍ରକରୁ ୨୫, କୋରାପୁଟରୁ ୨୪, ନୟାଗଡ଼ରୁ ୨୪, ଦେବଗଡ଼ରୁ ୧୬, ଢ଼େଙ୍କାନାଳରୁ ୧୫, କନ୍ଧମାଳରୁ ୧୫, ସୋନପୁରରୁ ୧୫, ଗଜପତିରୁ ୭ ଏବଂ ଷ୍ଟେଟପୁଲରୁ ୬୦ ଜଣ ସୁସ୍ଥ ହୋଇଛନ୍ତି।

ସୂଚନା ମୁତାବକ ଆଜି ରାଜ୍ୟରୁ ୧୨୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୪,୪୧୫କୁ ବୃଦ୍ଧି ପାଇଛି। ସେଥିରୁ ୨,୮୦,୫୫୩ ଜଣ (ମୋଟ ସଂକ୍ରମଣର ୯୫.୨୯ ପ୍ରତିଶତ) ସୁସ୍ଥ ହୋଇଥିବାବେଳେ ୧୩୫୨ ଜଣଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ବର୍ତ୍ତମାନ ୧୨,୪୫୭ ଜଣ (ମୋଟ ସଂକ୍ରମଣର ୪.୨୩ ପ୍ରତିଶତ) ଚିକିତ୍ସାଧୀନ ଅଛନ୍ତି।