ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୧୪୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୧୪୬ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୨,୮୫୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା ୧୪୬ ଜଣଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୬, ଖୋର୍ଦ୍ଧାରୁ ୨୩, ଗଞ୍ଜାମରୁ ୧୮, ମୟୁରଭଞ୍ଜରୁ ୧୩, ଗଜପତିରୁ ୧୨, ଭଦ୍ରକ ଓ ବଲାଙ୍ଗିର ଜିଲ୍ଲାରୁ ୧୧ ଲେଖାଏଁ ରହିଛନ୍ତି। ସେହିପରି କନ୍ଧମାଳ, କୋରାପୁଟ ଓ ରାୟଗଡ଼ାରୁ ୫ ଲେଖାଏଁ, କଳାହାଣ୍ଡିରୁ ୪, ନୟାଗଡ଼ ଓ ଯାଜପୁରରୁ ୩ ଲେଖାଏଁ, ଢେଙ୍କାନାଳ, ନୂଆପଡ଼ା ଓ ପୁରୀରୁ ୨ ଲେଖାଏଁ , ଜଗତସିଂହପୁର ଜିଲ୍ଲାରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୫୫ ହୋଇଥିବାବେଳେ ୨, ୮୫୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୧୮୭ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।