ରାଜ୍ୟରେ ଦିନକରେ ୧୨୮୨ କରୋନା ପଜିଟିଭ ଚିହ୍ନଟ, ଜଣେ ମୃତ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ବର୍ତ୍ତମାନ ଦୈନିକ କରୋନା ସଂକ୍ରମଣ ମାମଲା ୧୨ ଶହ ପାର ହୋଇଛି। ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫୫ ଜଣ କ୍ବରେଣ୍ଟାଇନ କେନ୍ଦ୍ରର ହୋଇଥିବା ବେଳେ ୫୨୭ ଜଣ ସ୍ଥାନୀୟ ସଂକ୍ରମଣ ଥିବା ଜଣାପଡିଛି। ସେହିପରି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ସୁନ୍ଦରଗଡରୁ ସର୍ବାଧିକ ୨୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୯୨, କଳାହାଣ୍ଡିରୁ ୧୦୮, ବରଗଡରୁ ୮୪, ନୂଆପଡାରୁ ୮୨, ସମ୍ବଲପୁରରୁ ୮୨, କଟକରୁ ୬୩, ମୟୂରଭଞ୍ଜରୁ ୫୨, ଅନୁଗୁଳରୁ ୪୯, ବଲାଙ୍ଗିରରୁ ୪୫, ଷ୍ଟେଟପୁଲରୁ ୪୫, ଝାରସୁଗୁଡାରୁ ୩୬, ଗଞ୍ଜାମରୁ ୩୨, ପୁରୀରୁ ୨୮, ନବରଙ୍ଗପୁରରୁ ୨୭, ଯାଜପୁରରୁ ୨୬, ଭଦ୍ରକରୁ ୨୪, ରାୟଗଡାରୁ ୧୫, ସୁବର୍ଣ୍ଣପୁରରୁ ୧୨, ନୟାଗଡରୁ ୧୦, ବାଲେଶ୍ବରରୁ ୧୦, କୋରାପୁଟରୁ ୮, କନ୍ଧମାଳରୁ ୭, କେନ୍ଦ୍ରାପଡାରୁ ୬, କେନ୍ଦୁଝରରୁ ୬, ଜଗତସିଂହପୁରରୁ ୩, ଦେବଗଡରୁ ୩, ଢେଙ୍କାନାଳରୁ ୨, ଗଜପତିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଗଞ୍ଜାମର ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଏଥିସହିତ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୩,୪୬,୮୦୮ରେ ପହଞ୍ଚିଛି। ସେହିପରି ସୁସ୍ଥଙ୍କ ସଂଖ୍ୟା ୩,୩୮,୮୯୦ ଓ ମୋଟ ମୃତ୍ୟୁ ସଂଖ୍ୟା ୧୯୨୪କୁ ବୃଦ୍ଧି ପାଇଛି। ୫,୯୪୧ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।