ରାଜ୍ୟରେ ଦିନକରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ପାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା କରୋନା ମହାମାରୀ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୧୨,୨୩୮ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୬,୯୧୪ ଜଣ ଓ ଲୋକାଲରୁ ୫,୩୨୪ ଜଣ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୪୮୦, ବାଲେଶ୍ୱରରୁ ୪୩୭, ବରଗଡ଼ରୁ ୪୭୫, ଭଦ୍ରକରୁ ୩୮୧, ବଲାଙ୍ଗିରରୁ ୨୬୦, ବୌଦ୍ଧରୁ ୧୨୮, କଟକରୁ ୯୧୬, ଦେବଗଡ଼ରୁ ୬୦, ଢ଼େଙ୍କାନାଳରୁ ୧୪୨, ଗଜପତିରୁ ୯୧, ଗଞ୍ଜାମରୁ ୩୧୨, ଜଗତସିଂହପୁରରୁ ୧୬୮, ଯାଜପୁରରୁ ୩୧୮, ଝାରସୁଗୁଡ଼ାରୁ ୩୦୬, କଳାହାଣ୍ଡିରୁ ୫୮୦, କନ୍ଧମାଳରୁ ୬୯, କେନ୍ଦ୍ରାପଡ଼ାରୁ ୧୯୨, କେନ୍ଦୁଝରରୁ ୧୭୯, ଖୋର୍ଦ୍ଧାରୁ ୧୮୨୮, କୋରାପୁଟରୁ ୧୩୦, ମାଲକାନଗିରିରୁ ୬୦, ମୟୂରଭଞ୍ଜରୁ ୨୫୭, ନବରଙ୍ଗପୁରରୁ ୨୮୨, ନୟାଗଡ଼ରୁ ୧୯୪, ନୂଆପଡ଼ାରୁ ୨୯୦, ପୁରୀରୁ ୩୬୯, ରାୟଗଡ଼ାରୁ ୨୦୧, ସମ୍ବଲପୁରରୁ ୫୪୪, ସୋନପୁରରୁ ୧୫୯ ଓ ଷ୍ଟେଟପୁଲରୁ ୩୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦ରେ ପହଞ୍ଚିଛି। ସେଥିରୁ ୪ ଲକ୍ଷ ୨୩ ହଜାର ୨୫୭ ଜଣ ସୁସ୍ଥ ହୋଇଛନ୍ତି ଓ ୮୬ ହଜାର ୯୫୦ ଜଣ ଚିକିତ୍ସାଧୀନ ଅଛନ୍ତି।