ଦିନକରେ ୧୧,୮୦୭ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧୧ହଜାର ୮୦୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬,୬୧୩ଜଣ ଓ ସ୍ଥାନୀୟ ସଂକ୍ରମଣ ୫,୧୯୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୨୪ହଜାର ୨୦୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୯୨୨, ଖୋର୍ଦ୍ଧାରୁ ୧୫୧୦, ଅନୁଗୁଳରୁ ୫୬୦, ସମ୍ବଲପୁରରୁ ୫୩୩, ପୁରୀରୁ ୪୫୪, ବଲାଙ୍ଗିରରୁ ୪୩୭, ବରଗଡ଼ରୁ ୪୨୮, ଝାରସୁଗୁଡ଼ାରୁ ୪୨୧, ନବରଙ୍ଗପୁରରୁ ୪୧୯, କଳାହାଣ୍ଡିରୁ ୪୦୨, ଗଞ୍ଜାମରୁ ୩୪୧, ଯାଜପୁରରୁ ୩୦୨ ଓ ନୂଆପଡ଼ା ଜିଲ୍ଲାରୁ ୨୮୬ ଜଣ ରହିଛନ୍ତି। ସେହିପରି ବାଲେଶ୍ୱରରୁ ୨୬୦, କେଉଁଝରରୁ ୨୩୧, ନୟାଗଡ଼ରୁ ୨୦୪, ବୌଦ୍ଧରୁ ୧୭୮, ଢେଙ୍କାନାଳରୁ ୧୭୭, ମୟୁରଭଞ୍ଜରୁ ୧୭୫, କେନ୍ଦ୍ରାପଡ଼ାରୁ ୧୪୫, ରାୟଗଡ଼ାରୁ ୧୩୮, ଜଗତସିଂହପୁରରୁ ୧୩୪, କୋରାପୁଟରୁ ୧୨୨, ଦେଓଗଡ଼ରୁ ୧୧୫, ଗଜପତିରୁ ୧୦୫, କନ୍ଧମାଳରୁ ୯୨, ଭଦ୍ରକରୁ ୮୩ ଓ ମାଲକାନଗିରି ଜିଲ୍ଲାରୁ ୭୦ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୨୪ହଜାର ୨୦୭ ହୋଇଥିବାବେଳେ ୪ଲକ୍ଷ ୩୧ହଜାର ୬୫୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୧୬୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୯୦,୩୩୫ ଜଣ ଚିକିତ୍ସିତ ହେଉଛନ୍ତି।