୧୦୮ ଆମ୍ବୁଲାନ୍ସରେ ଅପହରଣ ଅଭିଯୋଗ

ଭଦ୍ରକ, ଏନ୍ଏନ୍ଏସ୍: ୧୦୮ ଆମ୍ବୁଲାନ୍ସରେ ଅପହରଣ ଅଭିଯୋଗ ହୋଇଛି। ରୋଗୀଙ୍କୁ କଟକ ନେବା ପରିବର୍ତ୍ତେ ବାଲେଶ୍ୱର ନେଇଯାଉଥିଲା ଆମ୍ବୁଲାନ୍ସ। ଗଛରୁ ଖସିପଡି ଗୁରୁତର ହୋଇଥିବା ଶିଶୁକୁ ଡାକ୍ତର କଟକ ରେଫର କରିଥିଲେ। ହେଲେ ଆମ୍ବୁଲାନ୍ସ ଡ୍ରାଇଭ୍ର ରୋଗୀଙ୍କୁ କଟକ ପରିବର୍ତ୍ତେ ବାଲେଶ୍ୱର ନେଇଯାଉଥିଲା। ଏନେଇ ରୋଗୀର ବାପା, ମାଆ ପ୍ରତିବାଦ କରିବା ପରେ ମଧ୍ୟ ଆମ୍ବୁଲାନ୍ସ ଅଟକି ନଥିଲା। ଚିତ୍କାର ଶୁଣି ସ୍ଥାନୀୟଲୋକେ ଆମ୍ବୁଲାନ୍ସକୁ ଅଟକାଇଥିଲେ। ପରେ ପୁଲିସ ପହଞ୍ଚି ଆମ୍ବୁଲାନ୍ସ ଡ୍ରାଇଭର, ହେଲ୍ପର ଓ ଫାର୍ମାସିଷ୍ଟକୁ ଅଟକ ରଖି ତଦନ୍ତ କରୁଛି। ଏନେଇ ଥାନାରେ ଏକ ଅପହରଣ ମାମଲା ରୁଜୁ ହୋଇଛି।