ରାଜ୍ୟରେ ଗତ ୨୪ ଘଣ୍ଟାରେ ବାହାରିଲେ ୧୦୭୮ କରୋନା ପଜିଟିଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଧୀରେଧୀରେ ତଳକୁ ଖସୁଛି ସଂକ୍ରମଣର ପାରା। ଗତ ୨୪ ଘଣ୍ଟାରେ ୧୦୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଜଣ ୬୨୬ କ୍ୱାରେଣ୍ଟାଇନରୁ ଥିବା ବେଳେ ୪୫୨ ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡ଼ିଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୪୫ ଜଣ, ବରଗଡ଼ ଜିଲ୍ଲାରୁ ୬ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, ବଲାଙ୍ଗିର ଜିଲ୍ଲାରୁ ୪ ଜଣ ରହିଛନ୍ତି। ସେହିପରି ବୌଦ୍ଧରୁ ଜଣେ, କଟକରୁ ୧୪୭ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୧୬ ଜଣ, ଗଜପତିରୁ ୨ ଜଣ, ଗଞ୍ଜାମରୁ ୬ ଜଣ, କେନ୍ଦ୍ରାପଡ଼ାରୁ ୫୧ ଜଣ, କେନ୍ଦୁଝରରୁ ୧୨ ଜଣ, ଖୋର୍ଦ୍ଧାରୁ ୩୭୨ ଜଣ, ମାଲକାନଗିରିରୁ ୫ ଜଣ, ମୟୂରଭଞ୍ଜରୁ ୩୫ ଜଣ, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୨୬ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୪୮ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ବଲପୁରରୁ ୧୨ ଜଣ, ସୋନପୁରରୁ ୫ ଜଣ, ସୁନ୍ଦରଗଡ଼ରୁ ୬ ଜଣ ଓ ଷ୍ଟେଟ୍‌ ପୁଲରୁ ୮୩ ଜଣ ରହିଛନ୍ତି।

ଏଥିସହ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୯୦ ହଜାର ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୦ ହଜାର ୬୮୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୭୨ ହଜାର ୭୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।