Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଧାମନଗର ଉପନିର୍ବାଚନ: ୧୦୭ଟି ବୁଥ୍ ସମ୍ବେଦନଶୀଳ, ୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଧାମନଗର ଉପନିର୍ବାଚନ: ୧୦୭ଟି ବୁଥ୍ ସମ୍ବେଦନଶୀଳ, ୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଧାମନଗର ଉପନିର୍ବାଚନ ପାଇଁ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବା ସହ ନିର୍ବାଚନ ପ୍ରକ୍ରିୟା ଜୋରଦାର ହୋଇଛି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ସମେତ ମୋଟ ୫ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ନିର୍ବାଚନମଣ୍ଡଳୀର ୨.୩୮ଲକ୍ଷ ଭୋଟର ଆସନ୍ତା ନଭେମ୍ବର ୩ ତାରିଖରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନମଣ୍ଡଳୀରେ ମୋଟ ୨୫୨ଟି ବୁଥ୍ ଥିବାବେଳେ ସେଥିରୁ ୧୦୭ଟିକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ସୁରକ୍ଷା ନିମନ୍ତେ ମୋଟ ୧୭ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୨ କମ୍ପାନୀ ସିଆରପିଏଫ ଓ ୨ କମ୍ପାନୀ ବିଏସଏଫଙ୍କୁ ମୁତୟନ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଛନ୍ତି ଯେ, ଚଳିତ ଉପନିର୍ବାଚନରେ ଦୃଷ୍ଟବାଧିତ ଭୋଟରଙ୍କ ପାଇଁ ଡମି ବ୍ରେଲି ବାଲାଟ୍ ପେପରର ସୁବିଧା କରାଯାଇଛି । ୮୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଭୋଟର ଓ ଦିବ୍ୟାଙ୍ଗ ଭୋଟରଙ୍କ ମତଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ନାମାଙ୍କନ ପତ୍ର ଦାଖଲର ଶେଷଦିନ ସୁଦ୍ଧା ଧାମନଗର ନିର୍ବାଚନମଣ୍ଡଳୀରେ ମୋଟ ୨ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ଅଛନ୍ତି । ମୋଟ ୨୫୨ଟି ବୁଥ୍ ଚୂଡ଼ାନ୍ତ ହୋଇଛି । ୮୦ବର୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ସଂଖ୍ୟା ୧୨୧୬୨ ହୋଇଥିବାବେଳେ ମାତ୍ର ୫୦୫ଜଣ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ନିଜର ମତଦାନ କରିବେ ବୋଲି ସମ୍ମତି ଦେଇଛନ୍ତି । ନିର୍ବାଚନମଣ୍ଡଳୀରେ ମୋଟ ୨୫୨ଟି ବୁଥ୍ ରହିଛି ଓ ସେଥିରୁ ୧୩୪ଟି ବୁଥର ନାମ ପରିବର୍ତ୍ତନ ହୋଇଛି । ତେବେ ଏସବୁର ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଗତ ଅକ୍ଟୋବର ୩ ତାରିଖରୁ ସମଗ୍ର ଧାମନଗର ନିର୍ବାଚନମଣ୍ଡଳୀରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ କେତେକ ସ୍ଥାନରେ ଏହାର ଉଲ୍ଲଘଂନ ହୋଇଥିବା ଜଣାପଡ଼ିଛି । ସର୍ବସାଧାରଣରେ କାନ୍ଥବାଡ଼ିରେ ୬୨୪ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବାବେଳେ ବ୍ୟକ୍ତିବିଶେଷଙ୍କ କାନ୍ଥରେ ୫୯ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବାରୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେସୁଦ୍ଧା ମୋଟ ୧୮୭ଟି ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ଡିପୋଜିଟ୍ ହୋଇଥିବାବେଳେ ୧୧୬୭ଜଣଙ୍କୁ ସିଆରପିସିରେ ଅଟକ ରଖାଯାଇଛି । ସେହିପରି ୫୩ଜଣଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି । ଉପନିର୍ବାଚନରେ ଅବକାରୀ ବିଭାଗର ଚଢ଼ଉ ଯୋଗୁ ୫୧ଟି ମାକଲା ରୁଜୁ ହୋଇଛି ଓ ୪୮ଜଣଙ୍କୁ ଗିରଫ କରାଯାଇଛି । ଏହାସହିତ ୧୦.୪୮ଲକ୍ଷ ଟଙ୍କାର ମଦ ମଧ୍ୟ ଜବତ ହୋଇଛି ।

ନିର୍ବାଚନ ପାଇଁ ସମଗ୍ର ଭଦ୍ରକ ଜିଲ୍ଲାରେ ନଭେମ୍ବର ୧ ତାରିଖ ସନ୍ଧ୍ୟା ୬ଟାରୁ ନଭେମ୍ବର ୩ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ୬ରେ ଭୋଟ୍ ଗଣତି ଦିନ ମଦ ଦୋକାନ ଓ ବିକ୍ରି ବନ୍ଦ ରହିବ । ଭୋଟରଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବା ନିମନ୍ତେ ସବୈତନିକ ଛୁଟି ମିଳିବ । ସେହିପରି କୌଣସି ପ୍ରାର୍ଥୀ ନିର୍ବାଚନରେ ୪୦ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିବେ ନାହିଁ ବୋଲି ଶ୍ରୀ ଲୋହାନୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ ର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଉପସ୍ଥିତ ଥିଲେ ।