ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୫୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୁଲାଇ ପରେ ଅଗଷ୍ଟ ବି ଆଣିଦେଉଛି ଆଶ୍ୱସ୍ତିକର ଖବର। ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେଧୀରେ କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୫୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ସଂକ୍ରମିତଙ୍କ ମଧ୍ୟରୁ ୬୧୬ ଜଣ କ୍ୱାରେଣ୍ଟାଇନରୁ ୪୪୨ ଜଣ ଲୋକାଲରୁ ଚିହ୍ନଟ ହୋଇଛନ୍ତି।

ସେହିପରି ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩୨ ଜଣ, ବାଲେଶ୍ୱର ଜିଲ୍ଲାରୁ ୩୮ ଜଣ, ବରଗଡ଼ ଜିଲ୍ଲାରୁ ୧୧ ଜଣ, ଭଦ୍ରକ ଜିଲ୍ଲାରୁ ୩୨ ଜଣ, ବଲାଙ୍ଗିର ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ୧୬୨ ଜଣ, ଦେଓଗଡ଼ ଜିଲ୍ଲାରୁ ୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୮ ଜଣ, ଗଞ୍ଜାମ ଜିଲ୍ଲାରୁ ୫ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୭ ଜଣ, ଯାଜପୁର ଜିଲ୍ଲାରୁ ୭୭ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୮ ଜଣ, କନ୍ଧମାଳ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୨ ଜଣ, କେନ୍ଦୁଝର ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୭୬ ଜଣ, କୋରାପୁଟ ଜିଲ୍ଲାରୁ ୪ ଜଣ, ମାଲକାନଗିରି ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୩୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଲାରୁ ୧୭ ଜଣ, ନୂଆପଡ଼ା ଜିଲ୍ଲାରୁ ୫ ଜଣ, ପୁରୀ ଜିଲ୍ଲାରୁ ୨୬ ଜଣ, ରାୟଗଡ଼ା ଜିଲ୍ଲାରୁ ୪ ଜଣ, ସମ୍ବଲପୁର ଜିଲ୍ଲାରୁ ୬ ଜଣ, ସୋନପୁର ଜିଲ୍ଲାରୁ ୩ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୭ ଜଣ ଏବଂ ଷ୍ଟେଟ ପୁଲରୁ ୧୭ ଜଣ ରହିଛନ୍ତି।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୫୬୫ରେ ପହଞ୍ଚିଛି। ସେଥିରୁ ୧୦ ହଜାର ୪୨୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୭୭ ହଜାର ୧୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।