ରାଜ୍ୟରେ ଆଜି ଆଉ ୧୦,୪୩୪ କୋଭିଡ ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ କିଛିଦିନ ହେବ କରୋନା ସଂକ୍ରମଣ ଠାରୁ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟରେ ୧୦ ହଜାର ୪୩୪ ଜଣ କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଏହି ସୁସ୍ଥ ରୋଗୀଙ୍କ ମଧ୍ୟରେ ସର୍ବାଧିକ ୧୫୬୬ ଜଣ ଖୋର୍ଦ୍ଧାରୁ ରହିଛନ୍ତି। ସେହିପରି କଟକରୁ ୮୮୫ ଜଣ, ପୁରୀରୁ ୭୪୩ ଜଣ, ବରଗଡ଼ରୁ ୬୪୫ ଜଣ, ଢ଼େଙ୍କାନାଳରୁ ୫୮୬ ଜଣ, ବୌଦ୍ଧରୁ ୫୪୮ ଜଣ, ଅନୁଗୁଳରୁ ୫୪୫ ଜଣ, ସୁନ୍ଦରଗଡ଼ରୁ ୫୦୭ ଜଣ, ବାଲେଶ୍ୱରରୁ ୪୭୭ ଜଣ, ମୟୂରଭଞ୍ଜରୁ ୪୧୧ ଜଣ, ନବରଙ୍ଗପୁରରୁ ୩୭୫ ଜଣ ସୁସ୍ଥ ହୋଇଛନ୍ତି।

ନୟାଗଡ଼ରୁ ୩୦୨, ସମ୍ବଲପୁରରୁ ୩୦୧, କଳାହାଣ୍ଡିରୁ ୨୫୬, ଯାଜପୁରରୁ ୨୩୬, କୋରାପୁଟରୁ ୨୨୧, ଝାରସୁଗୁଡ଼ାରୁ ୨୧୩, ଜଗତସିଂହପୁରରୁ ୧୯୦, ବଲାଙ୍ଗିରରୁ ୧୬୭, ଗଞ୍ଜାମରୁ ୧୫୦, ସୋନପୁରରୁ ୧୪୨, ଭଦ୍ରକରୁ ୧୪୧, ରାୟଗଡ଼ାରୁ ୧୨୪, ମାଲକାନଗିରିରୁ ୧୧୧, କନ୍ଧମାଳରୁ ୧୦୮, ଗଜପତିରୁ ୮୯, ଦେବଗଡ଼ରୁ ୮୦, ନୂଆପଡ଼ାରୁ ୫୪, କେନ୍ଦୁଝରରୁ ୨୩, କେନ୍ଦ୍ରାପଡ଼ାରୁ ୨୨ ଏବଂ ଷ୍ଟେଟ ପୁଲରୁ ୨୧୬ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭ ଲକ୍ଷ ୧୩ ହଜାର ୫୫ରେ ପହଞ୍ଚିଛି।