ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୧୦୧୧ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୧୦୧୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ସୁସ୍ଥ ସଂଖ୍ୟା ୩ ଲକ୍ଷ ୪ ହଜାର ୯୦୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଆଜି ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୩୮, ଖୋର୍ଦ୍ଧାରୁ ୧୧୪, ବଲାଙ୍ଗିରରୁ ୮୧, କଟକରୁ ୭୮ ଓ ମୟୂରଭଞ୍ଜରୁ ୭୬ ଜଣ ରହିଛନ୍ତି। ସେହିପରି ବାଲେଶ୍ୱରରୁ ୪୫, ଜଗତସିଂହପୁରରୁ ୪୫, କେନ୍ଦ୍ରାପଡ଼ାରୁ ୪୩, କଳାହାଣ୍ଡିରୁ ୪୦, ସୁନ୍ଦରଗଡ଼ରୁ ୩୯, ବରଗଡ଼ରୁ ୩୪, ନୂଆପଡ଼ାରୁ ୨୯, ଯାଜପୁରରୁ ୨୮, ପୁରୀରୁ ୨୬, ଢ଼େଙ୍କାନାଳରୁ ୨୪, କେନ୍ଦୁଝରରୁ ୨୦, ନବରଙ୍ଗପୁରରୁ ୧୯, ଝାରସୁଗୁଡ଼ାରୁ ୧୮, ସମ୍ବଲପୁରରୁ ୧୬, ଗଞ୍ଜାମରୁ ୧୨, ନୟାଗଡ଼ରୁ ୧୨, ଭଦ୍ରକରୁ ୧୦, କନ୍ଧମାଳରୁ ୧୦, କୋରାପୁଟରୁ ୯, ସୋନପୁରରୁ ୯, ମାଲକାନଗିରିରୁ ୫, ଦେବଗଡ଼ରୁ ୩, ରାୟଗଡ଼ାରୁ ୩, ଗଜପତିରୁ ୨ ଓ ଷ୍ଟେଟପୁଲରୁ ୨୩ ଜଣ ସୁସ୍ଥ ହୋଇଛନ୍ତି।

ଏଥିସହିତ ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ସକ୍ରିୟ ସଂଖ୍ୟା ୬,୭୩୭କୁ ଖସିଆସିଛି। ଆଜି ସକାଳ ସୁଦ୍ଧା ରାଜ୍ୟରେ ୭୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ସଂକ୍ରମଣ ସଂଖ୍ୟା ୩,୧୩,୩୨୩ରେ ପହଞ୍ଚିଛି। ସେଥିରୁ ୧,୬୨୫ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି।