ପୁଣି ଦଶ ହଜାର ମୁହାଁ କରୋନା ଗ୍ରାଫ୍, ଆଜି ରାଜ୍ୟରୁ ୯,୫୪୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁଣି କରୋନା ଗ୍ରାଫ ବଢୁଥିବା ଜଣାପଡିଛି। ଗତକାଲି ସଂକ୍ରମଣ କମ୍ ରହିଥିବାବେଳେ ଆଜି ପୁଣି ୧୦ ହଜାର ମୁହାଁ ରହିଛି ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟାରେ ୯,୫୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୫୩୪୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୪୧୯୮ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜଣାଇଛି।

ଆଜି ଅନୁଗୁଳରୁ ୫୬୨, ବାଲେଶ୍ୱରରୁ ୩୦୨, ବରଗଡରୁ ୨୮୪, ଭଦ୍ରକରୁ ୪୬୪, ବଲାଙ୍ଗିରରୁ ୧୦୧, ବୌଦ୍ଧରୁ ୧୭୭, କଟକରୁ ୭୧୬, ଦେବଗଡ଼ରୁ ୬୧, ଢେଙ୍କାନାଳରୁ ୧୧୭, ଗଜପତିରୁ ୬୯, ଗଞ୍ଜାମରୁ ୧୫୦, ଜଗତସିଂହପୁରରୁ ୨୯୯, ଯାଜପୁରରୁ ୪୮୯, ଝାରସୁଗୁଡ଼ାରୁ ୧୪୦, କଳାହାଣ୍ଡିରୁ ୩୧୫, କନ୍ଧମାଳରୁ ୧୦୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡାରୁ ୧୧୪, କେନ୍ଦୁଝରରୁ ୧୭୭, ଖୋର୍ଦ୍ଧାରୁ ୧୩୪୨, କୋରାପୁଟରୁ ୨୧୫, ମାଲକାନଗିରିରୁ ୧୨୩, ମୟୂରଭଞ୍ଜରୁ ୬୯୫, ନବରଙ୍ଗପୁରରୁ ୨୫୪, ନୟାଗଡ଼ରୁ ୨୩୦, ନୂଆପଡାରୁ ୫୦, ପୁରୀରୁ ୫୨୮, ରାୟଗଡ଼ାରୁ ୧୬୪, ସମ୍ବଲପୁରରୁ ୨୨୯, ସୋନପୁରରୁ ୨୪୫, ସୁନ୍ଦରଗଡରୁ ୫୯୫ ଓ ଷ୍ଟେ ପୁଲରୁ ୨୨୭ ଜଣ ସଂକ୍ରମିତ ରହିଛନ୍ତି।

ଆଜିର ନୂଆ ମାମଲାକୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୫୬,୬୮୪କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ୯୫,୨୬୬ ଜଣ କରୋନା ସଂକ୍ରମିତ ଚିକିତ୍ସିତ ଅବସ୍ଥାରେ ରହିଥିବାବେଳେ ୬,୫୮,୬୪୬ ଜଣ ଆରୋଗ୍ୟ ଲାଭ କରିଛନ୍ତି।