ଶିକ୍ଷାମନ୍ତ୍ରୀଙ୍କ ବଡ଼ ବୟାନ : ସରକାରୀ ସ୍କୁଲରେ ନାହିଁ କରୋନା, ବନ୍ଦ ହେବନି ସ୍କୁଲ

ଭୁବନେଶ୍ୱର, ଏନଏନଏସ: କରୋନାର ଦ୍ୱିତୀୟ ପର୍ଯ୍ୟାୟକୁ ନେଇ ସାରା ରାଜ୍ୟରେ ଭୟ। ଏହି ପରିସ୍ଥିତିରେ ସ୍କୁଲ ବନ୍ଦ ହେବକି ନାଇଁ  ଏନେଇ ଯେଉଁ ଦ୍ଵନ୍ଦ ସୃଷ୍ଟି  ହୋଇଥିଲା ତାହାର ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ସେ କହିଛନ୍ତି । ରାଜ୍ୟର କୌଣସି ସରକାରୀ ସ୍କୁଲରେ ଏପର୍ଯ୍ୟନ୍ତ କୌଣସି କୋଭିଡ୍ ସଂକ୍ରମଣ ଚିହ୍ନଟ ହୋଇନାହିଁ ତେଣୁ ସ୍କୁଲ ବନ୍ଦ କରିବା ନେଇ ନିଷ୍ପତ୍ତି ହୋଇନଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସେ କହିଛନ୍ତି ଯେ ପୂର୍ବ ଭଳି ନବମ ଏବଂ ଏକାଦଶ ଶ୍ରେଣୀ କ୍ଲାସ ଚାଲୁ ରହିବ। କଡାକଡି ଭାବେ ଏସଓପି ପାଳନ କରାଯାଇ ସରକାରୀ ଶିକ୍ଷାନୁଷ୍ଠାନରେ କ୍ଲାସ ହେଉଛି ।  ଆଗାମୀ ଦିନରେ ସ୍କୁଲଗୁଡ଼ିକରେ ଅଭ୍ୟାସ ପରୀକ୍ଷା ହେବ ତେଣୁ ଛାତ୍ରଛାତ୍ରୀମାନେ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ।