ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଉ ୧୫୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୮ ଜଣ ଓ ସ୍ଥାନୀୟ ସଂକ୍ରମିତ ୪୧ ଜଣ ରହିଛନ୍ତି । ରାଜଧାନୀ ପାଇଁ ବସ୍ତିବାସିନ୍ଦା ଚିନ୍ତା ବଢ଼ାଇଥିବା ବେଳେ ଆଜି ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୪୪ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପଟେ ସାଲିଆ ସାହିରୁ ୧୨, ଡୁମଡୁମା ସୁଖବିହାର ବସ୍ତିରୁ ୨, ୟୁନିଟ-୧ ଗାନ୍ଧିବସ୍ତିରୁ ଜଣେ ରହିଥିବା ଜଣାପଡ଼ିଛି। ଏଥିସହିତ ୧୦୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
