ଭୁବନେଶ୍ଵର,ଏନ୍ଏନ୍ଏସ୍: ବିଧାନସଭାରେ ଶୀତକାଳୀନ ଅଧିବେଶନ ବୁଧବାର ଠାରୁ ଆରମ୍ଭ ହୋଇଥିବାବେଳେ ଏଥିରେ ବିରୋଧୀମାନଙ୍କ ପ୍ରବଳ ହଟ୍ଟଗୋଳ ହୋଇଛି। କଂଗ୍ରେସ ଏବଂ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ହଙ୍ଗାମା କରିଥିଲେ।

କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣି ତା’ ଉପରେ ଆଲୋଚନା କରିବାକୁ ଦାବି କରିଥିଲା। ବିଜେପି ମଧ୍ୟ ନାରୀ ନିର୍ୟାତନା ପ୍ରସଙ୍ଗରେ ମୁଲତବୀ ନୋଟିସ ଦେଇ ହୋହଲ୍ଲା କରିଥିଲା। ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ରଖାଯାଇଥିବା ଜଣାଯାଇଛି।
