ଛତିଶଗଡ଼ରୁ ଚାଲି ଚାଲି ଯାଉଛନ୍ତି ପଶ୍ଚିମବଙ୍ଗ ଶ୍ରମିକ

ରମ୍ଭା,ଏନ୍ଏନ୍ଏସ୍ : ଛତିଶଗଡ଼ରେ ରଙ୍ଗ କାମ କରୁଥିବା ପଶ୍ଚିମବଙ୍ଗର ୧୫ ଜଣ ଶ୍ରମିକ ଚାଲିଚାଲି ନିଜ ରାଜ୍ୟକୁ ଫେରୁଥିବା ଦେଖିବାକୁ ମିଳିଛି। ଆଜି ସେମାନେ ଗଞ୍ଜାମ ଜିଲ୍ଲା ରମ୍ଭା ଜାତୀୟ ରାଜପଥ ଦେଇଯାଉଥିବା ବେଳେ ଏକ ଗଛମୂଳେ ବିଶ୍ରାମ ନେଇଥିଲେ। ଖବରପାଇ ସ୍ଥାନୀୟ ନେତା ଭୀମସେନ ବେହେରା ପହଞ୍ôଚ ସେମାନଙ୍କୁ ଚୁଡ଼ା ଓ ରୁଟି ଦେଇଥିଲେ। କରୋନା ଯୋଗୁଁ କାମ ବନ୍ଦ ହୋଇଯିବାରୁ ଶ୍ରମିକମାନଙ୍କ ଖାଇବା ପିଇବାରେ ଅସୁବିଧା ହେଲା। ମାଲିକ ମଧ୍ୟ ସେମାନଙ୍କୁ ଖାଇବାକୁ ଦେଇନଥିଲେ। ଶେଷରେ ସେମାନେ ବାଧ୍ୟ ହୋଇ ନିଜ ଘର ପଶ୍ଚିମବଙ୍ଗ ଅଭିମୁଖେ ଚାଲିଚାଲି ବାହାରିଛନ୍ତି।