ସକ୍ରିୟ ରହିଛି ଦକ୍ଷିଣ ମୌସୁମୀ ବାୟୁ, ୨୪ ଘଣ୍ଟା ଭିତରେ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଛି। ଗତ ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡିଶା ଓ ଉପକୂଳବର୍ତ୍ତୀ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି।

ଢେଙ୍କାନାଳର ଭୂବନ ଠାରେ ସର୍ବାଧିକ ବର୍ଷା ୧୪୦ ମିଲିମିଟର ରେକର୍ଡ଼ କରାଯାଇଛି। ବରଗଡର ଅତାବିରା ଠାରେ ୧୧୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ମୟୁରଭଞ୍ଜ ର ସୁଲିଆପଡା ରେ ୯୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ୧ ଜୁନ୍ କୁ ୨୫ ଜୁନ୍ ଭିତରେ ୧୧୨.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।

କିନ୍ତୁ ସ୍ବାଭାବିକ ଠାରୁ ୩୨ ପ୍ରତିଶତ କମ୍ ଅଛି। ୧୬ ଜୁନ୍ ରୁ ୨୫ ଜୁନ୍ ଯାଏଁ ବର୍ଷା ସ୍ବାଭାବିକ ରହିଛି। ୯୧.୩ ମିଲିମିଟର ବର୍ଷା ହୋଇଛି ଏହି ସମୟ ଭିତରେ। ୮୬.୩ ହେଉଛି ସ୍ବାଭାବିକ ବର୍ଷା ୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ଆସନ୍ତା ୨ ଦିନ ଯାଏଁ ରାଜ୍ଯ ର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ୨୭ ରୁ ବର୍ଷା କମ୍ ହେବ। ଆସନ୍ତା ୨୪ ଘଣ୍ଟା ରେ ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ, କେଉଁଝର, ମୟୁରଭଞ୍ଜ, ନୂଆପଡା, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି , କୋରାପୁଟ, ରାୟଗଡା, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ।