ଥଣ୍ଡା, କାଶ ହେଲେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚୀନରେ ବ୍ୟାପୁଥିବା ନିମୋନିଆ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ନେଇଛନ୍ତି । ଏହି ଭାଇରସ ନୂଆ ନୁହେଁ କିନ୍ତୁ ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ସତର୍କମୂଳକ ଭାବେ ସର୍ଭେଲାନ୍ସ ସହ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ନୂଆ ଭାଇରସ ନେଇ କିଛି ତଥ୍ୟ ନାହିଁ । ଯେଉଁମାନଙ୍କୁ ଥଣ୍ଡା କିମ୍ବା କାଶ ହେଉଛି ମାସ୍କ ପିନ୍ଧିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।