ନୂଆଦିଲ୍ଲୀ,ଏଜେନ୍ସି: ବିନୟ କୁମାର ସକ୍ସେନାଙ୍କୁ ନୂଆ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର(ଏଲ୍ଜି) ଭାବେ ନିଯୁକ୍ତ କରାଯାଇଛି। ଗତକାଲି ନୂଆଦିଲ୍ଲୀର ଏଲ୍ଜି ଅନୀଲ ବୈଜଲ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ରାଜଧାନୀ ଦିଲ୍ଲୀର ନୂତନ ଏଲ୍ଜି ଭାବେ ବିନୟ କୁମାରଙ୍କୁ ନିଯୁକ୍ତ କରି ଖୁସି ବ୍ୟକ୍ତ କରିଛନ୍ତି।
ଏହା ପୂର୍ବରୁ ବିନୟ କୁମାର ସାକ୍ସେନାଭାରତ ସରକାରରେ ଖଦି ଓ ଗ୍ରାମ ଶିଳ୍ପ ଆୟୋଗର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ।