ମୁମ୍ବାଇ: ମିର୍ଜାପୁର ଫେମ ବିକ୍ରାନ୍ତ ମେସୀ ଗାର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କୁ ଫେବୃଆରୀ ୧୪ ତାରିଖରେ କୋର୍ଟ ମ୍ୟାରେଜ କରିଛନ୍ତି । ଶୀତଲଙ୍କ ସହ ବିକ୍ରାନ୍ତ ତାଙ୍କ ବସୋର୍ବା ଘରେ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି । ଦୁହିଁଙ୍କ ବିବାହରେ ପରିବାର ଲୋକେ ଓ ବନ୍ଧୁବର୍ଗ ଏକାଠି ହୋଇଥିଲେ । ଏହି କପଲ ଫେବୃଆରୀ ୧୮ରେ ବୈଦିକ ରୀତିନୀତି ଅନୁସାରେ ବିବାହ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ବିକ୍ରାନ୍ତ ମେସୀ ଓ ଶୀତଲ ଠାକୁର ୪-୫ ବର୍ଷ ହେବ ପରସ୍ପରକୁ ଡେଟ୍ କରୁଛନ୍ତି । ୨୦୧୯ରେ ଦୁହେଁ ନିର୍ବନ୍ଧ ବନ୍ଧନରେ ମଧ୍ୟ ବାନ୍ଧି ହୋଇଥିଲେ ।