ବିଦ୍ୟା ବଲାନଙ୍କ ‘ନଟଖଟ’ର ପୋଷ୍ଟର ରିଲିଜ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବଲିଉଡ ଆକ୍ଟ୍ରେସ ବିଦ୍ୟା ବଲାନଙ୍କ ସର୍ଟ ଫିଲ୍ମ ‘ନଟଖଟ’ର ପୋଷ୍ଟର ରିଲିଜ ହୋଇଛି। ଏ ସମ୍ପର୍କିତ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବିଦ୍ୟା। ଏସବୁ ଫଟୋ ମଧ୍ୟ ଖୁବ ଭାଇରାଲ ହେଉଛି ଇଣ୍ଟରନେଟରେ। ପୋଷ୍ଟରରେ ବିଦ୍ୟା ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛନ୍ତି। ଏ ଫିଲ୍ମରେ ଅଭିନୟ କରିବା ସହିତ ପ୍ରଯୋଜନା ଦାୟିତ୍ୱରେ ମଧ୍ୟ ଅଛନ୍ତି ବିଦ୍ୟା। ପୋଷ୍ଟରରେ ସେ ଜଣେ ସାଧାରଣ ମହିଳା ଚରିତ୍ରରେ ଦେଖିବାକୁ ମିଳିଛନ୍ତି, ଯିଏ ନିଜ ସନ୍ତାନ ମୁଣ୍ଡରେ ହାତ ରଖି କିଛି ଭାବୁୂଛି। ଏ ଫଟୋ ପୋଷ୍ଟ କରି ବିଦ୍ୟା ଲେଖିଛନ୍ତି – ‘ଏକ କାହାଣୀ ଶୁଣିବେ?… ଜଣେ ପ୍ରଡ୍ୟୁସର ଏବଂ ଜଣେ ଆକ୍ଟର ଭାବେ ମଧ୍ୟ ‘ନଟଖଟ’ର ପ୍ରଥମ ଝଲକ ଉପସ୍ଥାପନା କରୁଛି।’ ବିଦ୍ୟାଙ୍କ ଏ ପୋଷ୍ଟର ସମ୍ପର୍କରେ ବଲିଉଡ କଳାକାରଙ୍କ ସହ ପ୍ରଶଂସକମାନେ ମଧ୍ୟ ଖୁବ୍ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।